ପ୍ରୟାଗରାଜ: ମହାକୁମ୍ଭରେ ପବିତ୍ର ବୁଡ ପକାଇବାକୁ ପ୍ରୟାଗରାଜରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି । ତ୍ରିବେଣୀ ସଂଗମରେ ଆଜି ବୁଡ ପକାଇ ପବିତ୍ର ସ୍ନାନ କରିବେ ମହାମହିମ । ଏଥିପାଇଁ ସମସ୍ତ ବ୍ୟବସ୍ଥା ସରିଥିବା ବେଳେ ସ୍ବତନ୍ତ୍ର ବିମାନରେ ରାଷ୍ଟ୍ରପତି ପ୍ରୟାଗରାଜରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
/sambad/media/media_files/2025/02/10/aFfmHZraC8cfzWnlQnAo.jpg)
ତେବେ ଏହା ପରେ ପ୍ରୟାଗରାଜର ତ୍ରିବେଣୀ ସଂଗମରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ସେଠାରେ ସେ ବିଦେଶାଗତ ପକ୍ଷୀଙ୍କୁ ଦାନା ଖୁଆଇଛନ୍ତି । ରାଷ୍ଟ୍ରପତିଙ୍କ ହାତରୁ ଦାନା ଖାଇବାକୁ ସଙ୍ଗମରେ ପକ୍ଷୀଙ୍କ ସମାଗମ ହୋଇଛି । ତେବେ ରାଷ୍ଟ୍ରପତିଙ୍କ ସହ ୟୁପି ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ପକ୍ଷୀଙ୍କୁ ଦାନା ଦେଉଛନ୍ତି । ଆଉ କିଛି ସମୟ ପରେ ତ୍ରିବେଣୀରେ ସ୍ନାନ କରିବେ ରାଷ୍ଟ୍ରପତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/10/qwv3KsLDAVk1iggRFiiJ.jpg)