ପ୍ରୟାଗରାଜ: ମହାକୁମ୍ଭରେ ବୁଡ ପକାଇଲେ ମହାମହିମ । ପ୍ରୟାଗରାଜରେ ପହଞ୍ଚି ତ୍ରିବେଣୀ ସଂଗମରେ ବୁଡ ପକାଇ ପବିତ୍ର ସ୍ନାନ କରିଛନ୍ତି ରାଷ୍ଟ୍ରପତି । ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ବୁଡ ପକାଇବାରେ ସେ ଏହି ସୌଭାଗ୍ୟଲାଭ କରିଛନ୍ତି । ତେବେ ସଂଗମରେ ସ୍ନାର ପରେ ସୂର୍ଯ୍ୟଙ୍କୁ ପାଣି ଟେକିଥିଲେ ରାଷ୍ଟ୍ରପତି । ଏଥିସହ ହନୁମାନ ମନ୍ଦିର ସମେତ ଅନେକ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତର ଦିନ ତମାମ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଡିଜିଟାଲ ମହାକୁମ୍ଭ କେନ୍ଦ୍ର ପରିଦର୍ଶନ କରିବାର ଯୋଜନା ରହିଛି ।
ତେବେ ଆଜି ସ୍ବତନ୍ତ୍ର ବିମାନରେ ରାଷ୍ଟ୍ରପତି ପ୍ରୟାଗରାଜରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେଠୁ ସେ ପ୍ରୟାଗରାଜର ତ୍ରିବେଣୀ ସଂଗମରେ ପହଞ୍ଚିଥିଲେ । ସେଠାରେ ସେ ବିଦେଶାଗତ ପକ୍ଷୀଙ୍କୁ ଦାନା ଖୁଆଇଥିଲେ ଏବଂ ପରେ ପରେ ତ୍ରିବେଣୀ ସଂଗମରେ ସ୍ନାନ କରିଛନ୍ତି ରାଷ୍ଟ୍ରପତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/10/QEoRqpcXRH9JSxdG0MC9.jpg)