ଭୁବନେଶ୍ବର: ଲକଡାଉନ ସମୟରେ ୧୦ ଲକ୍ଷ ୭ହଜାର ୩୩୦ ଜଣ ପ୍ରବାସୀ ଓଡ଼ିଶା ଫେରିଛନ୍ତି। ରାଜ୍ୟ ସରକାର ପ୍ରବାସୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ବୋଲି ଗୃହରେ ଉତ୍ତର ରଖିଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ।

Advertisment

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତି ପଞ୍ଚାୟତରେ ସେମାନଙ୍କୁ ରଖାଯାଇଥିଲା ଏବଂ ଏହା ବାବଦରେ ୨୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଦିଆଯାଇଛି। ସେପଟେ ପ୍ରବାସୀମାନଙ୍କୁ ରୋଜଗାର ଦେବା ପାଇଁ ବ୍ୟବସ୍ଥା କରିବା ପାଇଁ କଂଗ୍ରେସ ବିଧାୟକ ସୁର ରାଉତରାୟ ଦାବି କରିଛନ୍ତି ।