କଟକ: ଓ୍ବେବ ଚ୍ୟାନେଲ ରିପୋର୍ଟରଙ୍କୁ ଗୋଡ଼ାଇ ଗୋଡ଼ାଇ ଚପଲରେ ପିଟିଲେ ମହିଳା। ବେଶ କିଛି ସମୟ ଧରି କଟକ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପାଲଟିଲା ରଣକ୍ଷେତ୍ର। ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଉଥିବା ବ୍ୟକ୍ତି ଜଣକ ମଧ୍ୟ ମହିଳାଙ୍କୁ ପାଲଟା ଆକ୍ରମଣ କରିଥିଲେ। କେବଳ ସେତିକି ନୁହେଁ ସମ୍ପୃକ୍ତ ସାମ୍ବାଦିକଙ୍କ ସହିତ ଆସିଥିବା ଜଣେ ମହିଳାଙ୍କ ସହ ମଧ୍ୟ ଅଭିଯୋଗାରିଣୀ ହାତାହାତି ହେବାସହ ଗାଳିଗୁଲଜ କରିଥିଲେ।
ଅଭିଯୋଗ ମୁତାବକ, ମାଡ ମାରୁଥିବା ସମ୍ପୃକ୍ତ ମହିଳାଙ୍କ ଘର କଟକ ପୁରୀଘାଟ ଅଞ୍ଚଳରେ। ଓ୍ବେବ ଚ୍ୟାନେଲ ସାମ୍ବାଦିକ ଅକ୍ଷୟ ଦାସ ଉକ୍ତ ମହିଳାଙ୍କୁ ଏକ ଗଣମାଧ୍ୟମ ସଂସ୍ଥାରେ ଚାକିରି କରାଇ ଦେବେ କହି ତାଙ୍କ ସହ ଯୌନ ଶୋଷଣ କରିଥିଲେ। ପ୍ରାୟ ପାଞ୍ଚବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ପରେ ମଧ୍ୟ ତାଙ୍କୁ ଚାକିରି ଦେବା ବଦଳରେ ଫୋଟ ଭାଇରାଲ କରିଦେବା ନେଇ ଧମକ ଦେଉଥିଲେ। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ, " ଅକ୍ଷୟ ଦାସ ମତେ ଭଉଣୀ କହି ଗଣମାଧ୍ୟମରେ କାମ କରିବାକୁ ପ୍ରଲୋଭନ ଦେଖାଇ ଗତ ୫ବର୍ଷ ହେଲା ସମ୍ପର୍କ ରଖିଥିଲେ। ସେ ଘର କରିବେ କହିବାରୁ ମୁଁ ସୁନା ବନ୍ଧକ ରଖି ତାଙ୍କୁ ଲକ୍ଷେ ଟଙ୍କା ଦେଇଥିଲି।

Advertisment

publive-image Sambad

ତେବେ ମତେ ସେ ଠକିଛନ୍ତି। ଆମର ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଓ ଫୋଟୋ ଗୁଡ଼ିକୁ ଭାଇରାଲ କରିବା ପାଇଁ ଧମକ ଦେଉଛନ୍ତି। ଏପରିକି କେତେକ ଲୋକଙ୍କୁ ଫୋଟ ଦେଖାଇଛନ୍ତି। ଏନେଇ ମହିଳା ଥାନାରେ ଏତଲା ଦେଇଥିଲି। ଦୁଇଜଣ ସାମ୍ବାଦିକ ଓ ଜଣେ ମହିଳାଙ୍କ ସମେତ ୪ ଜଣଙ୍କ ବିରୋଧରେ ଅଭିଯୋଗ କରିଛି। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।" ତେବେ ଦୀର୍ଘ ଦିନପରେ ଉକ୍ତ ମହିଳା ଜଣକ ସାମ୍ବାଦିକଙ୍କ ସହ ଦେଖାହେବା ପରେ ସେ ନିଜ ନିୟନ୍ତ୍ରଣ ହରାଇ ବସିଥିଲେ। ଏହାପରେ ଅକ୍ଷୟଙ୍କୁ ଗାଳିଗୁଲଜ କରିବା ସହ ଚପଲରେ ପିଟିଥିଲେ। ତେବେ ଅକ୍ଷୟ ଦାସ ମଧ୍ୟ ସଂପୃକ୍ତ ମହିଳାଙ୍କୁ ମାଡ଼ ମାରିଥିଲେ। ଏହି ସମୟ ହଠାତ୍ ଅନ୍ୟଜଣେ ମହିଳା ଘଟଣାସ୍ଥଳରେ ପହଞ୍ଚି ଅକ୍ଷୟଙ୍କ ସପକ୍ଷରେ କହିବା ସହ ସଂପୃକ୍ତ ମହିଳାଙ୍କୁ ଚପଲ ଦେଖାଇ ଗାଳିଗୁଲଜ କରିଥିଲେ। ଏହାପରେ ଦୀର୍ଘ ସମୟ ଧରି ଉଭୟ ମହିଳାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ମହିଳା ଜଣକ ଅକ୍ଷୟଙ୍କୁ ନିର୍ଦୋଷ ବୋଲି କହିଛନ୍ତି। ଅନ୍ୟପଟେ ମହିଳାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅକ୍ଷୟ ଦାସ। ସେ କହିଛନ୍ତି, " ତାଙ୍କ ସହ ମୋର ପାରିବାରିକ ସମ୍ପର୍କ ରହିଛି। ମୁଁ ସବୁ ପ୍ରକାର ସାହାଯ୍ୟ କରିଛି। କିନ୍ତୁ ପୂର୍ବ ଶତୃତାକୁ ନେଇ କେତେକ ଲୋକ ତାଙ୍କୁ ଏଭଳି କାର୍ଯ୍ୟ କରାଉଛନ୍ତି।"