ନୂଆଦିଲ୍ଲୀ: ଦିଲ୍ଲୀର ଏମ୍ସରେ ଭର୍ତ୍ତି ହୋଇଥିବା ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥାରେ ଏବେ ସୁଧାର ଆସିଛି। ଦେହ ଭଲ ହେବା ପରେ ସେ ଗୀତା ପାଠ କରିବା ଏବଂ ଶୁଣିବାକୁ ଚାହୁଁଥିବା ବେଳେ ତାଙ୍କୁ ଏଭଳି କରିବାକୁ ଅନୁମତି ଦିଆଯାଉନାହିଁ। ଏନେଇ ତାଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ମଙ୍ଗଳବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ତେଜ ପ୍ରତାପ ଟ୍ବିଟ କରିଛନ୍ତି ଯେ, ଯେ ବାପାଙ୍କୁ ଏମ୍ସରେ ଗୀତା ପାଠ କରିବାକୁ ଏବଂ ଶୁଣିବାକୁ ଦିଆଯାଉ ନାହିଁ। ବାପାଙ୍କୁ ଗୀତା ପାଠ କରିବା ଏବଂ ଶୁଣିବାକୁ ବହୁତ ଭଲ ଲାଗେ। ଗୀତା ପାଠ କରିବାକୁ ରୋକୁଥିବା ସେ ଅଜ୍ଞନୀମାନେ ଜାଣିନାହାନ୍ତି ଯେ, ଏହି ମହାପାପର ଦଣ୍ଡ ସେମାନଙ୍କୁ ଏହି ଜନ୍ମରେ ମିଳିବ।
ଏହା ପୂର୍ବରୁ ଲାଲୁ ଯାଦବ ଏମ୍ସରେ ଭର୍ତ୍ତି ହେବା ପରେ ତେଜ୍ ଟ୍ବିଟ କରିଥିଲେ ଯେ, ବାପା, ଆପଣ ଭଲ ହୋଇ ଶୀଘ୍ର ଘରକୁ ଆସନ୍ତୁ। ଆପଣ ଥିଲେ ସବୁକିଛି ଅଛି। ଯେପର୍ଯ୍ୟନ୍ତ ବାପା ଘରକୁ ନଆସିଛନ୍ତି ପ୍ରଭୁ ମୁଁ ଆପଣଙ୍କ ଶରଣରେ ପଡି ରହିବି। ନା ରାଜନୀତି ନା ଅନ୍ୟ କିଛି, ମୋତେ କେବଳ ମୋର ବାପା ଦରକାର।
पिताजी को अस्पताल में श्रीमद भगवत गीता का पाठ करने एवं सुनने से रोक दिया गया,जबकि पिताजी को गीता पाठ पढ़ना एवं सुनना काफी पसंद है……गीता पाठ से रोकने वाले वाले उस अज्ञानी को ये नही पता कि इस महापाप की कीमत उसे इसी जन्म में चुकानी होगी.. pic.twitter.com/h46fjWXqPb
— Tej Pratap Yadav (@TejYadav14) July 12, 2022
ଉଲ୍ଲେଖଯୋଗ୍ୟ, ଲାଲୁ ତାଙ୍କର ପାଟନା ସ୍ଥିତ ଘର ପାହାଚରେ ଗତ ରବିବାର ପଡ଼ିଯିବା ପରେ ତାଙ୍କ ଦେହର ତିନିଟି ସ୍ଥାନରେ ଗଭୀର ଆଘାତ ଲାଗିବା ସହ ହାଡ଼ ଭାଙ୍ଗି ଯାଇଥିଲା। ସୋମବାର ତାଙ୍କୁ ପାଟନାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବୁଧବାର ରାତିରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ଦିଲ୍ଲୀସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ୭୪ ବର୍ଷୀୟ ଲାଲୁଙ୍କ ସହିତ ଏୟାର ଆମ୍ବୁଲାନ୍ସରେ ଡାକ୍ତରୀ ଝିଅ ମିସା ଭାରତଙ୍କ ସମେତ ଅନ୍ୟ କେତେଜଣ ଡାକ୍ତର ଯାଇଥିଲେ।