୧.୮କୋଟି ଟଙ୍କା ଦେଇ କିଣିଥିଲେ ଲମ୍ବୋର୍ଗିନି କାର, ୨୦ମିନିଟ ପରେ ଏଭଳି ହୋଇଗଲା କାରର ଅବସ୍ଥା

ନୂଆଦିଲ୍ଲୀ: ଦାମୀ ଗାଡି ଚଢ଼ିବାର ସ୍ବପ୍ନ ସମସ୍ତଙ୍କର ରହିଥାଏ | ନିଜର ଏହି ସ୍ବପ୍ନ ପୁରା କରିବା ପାଇଁ ଜଣେ ଲୋକ ଅନେକ ସଂଘର୍ଷ କରିଥାଏ | କିନ୍ତୁ ଟିକେ ଭାବନ୍ତୁ ତ, ସ୍ବପ୍ନ ପୁରା ହେବାର କେଇ ମିନିଟ ପରେ ଯଦି ସ୍ୱପ୍ନଟି ଧୂଳିସାତ ହୋଇଯାଏ, ତେବେ ଆପଣଙ୍କୁ କେମିତି ଲାଗିବ | କିଛି ଏଭଳି ଘଟଣା ଘଟିଛି ବ୍ରିଟେନର ପଶ୍ଚିମ ୟର୍କଶିରେରେ | ଜଣେ ଯୁବକ ୧.୮କୋଟି ଟଙ୍କା ଦେଇ ଲମ୍ବୋର୍ଗିନି କାର କିଣିଥିଲେ | କିନ୍ତୁ କିଣିବାର ମାତ୍ର ୨୦ମିନିଟ୍ ମଧ୍ୟରେ ଏକ ଦୁର୍ଘଟଣାରେ ଲମ୍ବୋର୍ଗିନି କାରଟି ଧ୍ବଂସ ହୋଇଯାଇଥିଲା |

ପୁଲିସର ସୂଚନାନୁସାରେ, ସ୍ପୋର୍ଟସ କାରଟି କିଣାଯିବାର ୨୦ମିନିଟ ପରେ ଯାନ୍ତ୍ରିକ ସମସ୍ୟା ପାଇଁ ରାସ୍ତରେ ଅଟକି ଯାଇଥିଲା | ଏହି ସମୟରେ ପଛପଟୁ ଆସୁଥିବା ଏକ ଭ୍ୟାନ୍ କାର ଦେହରେ ମାଡ ହେବା ଫଳରେ କାରର ପଛ ଅଂଶ ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା | ଏହି ଦୁର୍ଘଟଣାରେ ଲମ୍ବୋର୍ଗିନିକୁ ଧକ୍କା ଦେଇଥିବା ଭ୍ୟାନ୍ ଚାଳକଙ୍କ ମୁଣ୍ଡରେ ଆଘାତ ଲାଗିଛି। ଦୁର୍ଘଟଣା ପରେ କାରର କିଛି ଫଟୋ ଟୁଇଟରରେ ସେୟାର କରାଯାଇଥିବା ବେଳେ ଏବେ ତାହା ଭାଇରାଲ ହେବାରେ ଲାଗିଛି |

ସମ୍ବନ୍ଧିତ ଖବର