ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ବିଧାନସଭାରେ ଆଲୋଚନା। ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉତ୍ତରରେ କହିଛନ୍ତି, ୨୦୨୦ ସୁଦ୍ଧା ରାଜ୍ୟର ଆଇନ ଶୃଙ୍ଖଳା ଭଲ ଅଛି। ରାଜ୍ୟରେ ସାମ୍ପ୍ରଦାୟିକ ସଦଭାବ ବଜାୟ ରହିଛି। ତିର୍ତ୍ତୋଲ ଓ ବାଲେଶ୍ୱରରେ ଉପନିର୍ବାଚନ ଶାନ୍ତିଶୃଙ୍ଖଳାରେ ସମ୍ପାଦିତ ହୋଇଛି । କୋଭିଡ ସ୍ଥିତିରେ ଶୃଙ୍ଖଳିତ କାମ ହୋଇଛି। ରାଜ୍ୟରେ ଆତଙ୍କବାଦ କାର୍ଯ୍ୟକଳାପ ହୋଇନି। ନକ୍ସଲ ସମସ୍ୟା ବି ନିୟନ୍ତ୍ରଣରେ ଅଛି। ରାଜ୍ୟରେ ଅପରାଧ ନିୟନ୍ତ୍ରଣରେ ଅଛି। କମିସନରେଟ ପୁଲିସ ୨୨ ବର୍ଷ ପରେ ଗୋଟିଏ ମାମଲାରେ ସଫଳତା ପାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଓ ନିୟନ୍ତ୍ରଣଧୀନ ରହିଛି ବୋଲି ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟଟେନ ଦିବ୍ୟଶଙ୍କର ମିଶ୍ର।
ଏସବୁ ଭିତରେ ମାହାଙ୍ଗା ହତ୍ୟା ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ କୁହନ୍ତୁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଗୃହରେ ଦାବି କରିଛନ୍ତି। ବିଜେପୁର ଉପନିର୍ବାଚନ ସମୟରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ମିଛ ମାମଲାରେ ଗିରଫ କରି ରଖାଯାଇଥିଲା। ତାଙ୍କୁ ଜେଲ ଭିତରେ ବିଷ ଦେଇ ମାରିବାକୁ ଉଦ୍ୟମ ହୋଇଥିଲା। ସ୍ୱାମୀ ଜୀବନାନନ୍ଦଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ଲକ୍ଷଣାନନ୍ଦଙ୍କ ହତ୍ୟାକାରୀଙ୍କୁ ଏଯାଏ ଗିରଫ କରାଯାଇନି। ପୁଲିସ୍ ସଂସ୍କାର ଏଯାଏ ଆସିପାରିନି ବୋଲି କହିଛନ୍ତି ମୋହନ ମାଝୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Law-Order-Situation-is-Good-in-Odisha_Thumbnail.jpg)