ଯାଜପୁର: ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ଗାଁରେ ଘଟିଥିବା ଏକ ନରବଳି ମାମଲାର ଶୁଣାଣି କରି ଗୁଣିଆକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ। ଦୋଷୀ ଦୀପକ ବାରିକକୁ ଦଣ୍ଡାଦେଶ ମିଳିଛି।
୨୦୧୫ ମସିହା ଫେବ୍ରୁଆରି ମାସ ୨୬ ତାରିଖରେ ଏକ ନରବଳି ଘଟଣା ଘଟିଥିଲା। ଏହି ଘଟଣାରେ ଯାଜପୁର କୁଆଖିଆ ଥାନାରେ ୨୯/୨୦୧୫ ରେ ଏକ ମାମଲା ରୁଜୁ ହୋଇ ବିଚାରାଧୀନ ଥିଲା। ଆଜି ଏହି ଘଟଣାରେ ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆସାମୀ ଦୀପକ ବାରିକକୁ ଆଜୀବନ କାରାଦଣ୍ଡାଦେଶ ସହ ୩୫ ହଜାର ଟଙ୍କା ଜରିମାନା ସହ ଅନାଦେୟ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି।
ସେହି ଗାଁର ଅଭିଷେକ ନାୟକକୁ ବଳି ଦେବାପାଇଁ ଦୀପକ ଡାକିନେଇଥିଲା ଓ ପରଦିନ ସକାଳେ ତାର ମୃତଦେହ ରାଜେନ୍ଦ୍ରପୁର ଗାଁର ମଙ୍ଗଳା ମନ୍ଦିର ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ପୁଲିସ ଘଟଣାର ତଦନ୍ତ କରି ଦୀପକ ବାରିକକୁ ଗୁଣିଗାରେଡି ସନ୍ଦେହରେ ଗିରଫ କରିଥିଲା। ସମସ୍ତ ୨୪ ଜଣ ସାକ୍ଷୀଙ୍କ ଆଧାରରେ ଆଜି ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/9c25f577-7887-4a1c-9aa4-7f04863552e0.jpg)