ଭଦ୍ରକ ଜିଲ୍ଲାରେ ୫୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ 

ଭଦ୍ରକ: ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନିର୍ଦେଶକ୍ରମେ ଓ ଜିଲ୍ଲା ଅବକାରୀ ଅଧୀକ୍ଷକ ଗୌତମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ଦେଶୀ ଜବତ କରାଯାଇଛି। ଏଥିସହିତ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ ଓ କ୍ଷିତିଶ ଦାସ ଏବଂ ଭ୍ରାମ୍ୟମାଣ ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଭଦ୍ରକ ଆଗରପଡ଼ା ବଜ଼ାର ନିକଟରେ ଥିବା ଏକ ଦୋକାନ ଘରେ ଚଢ଼ାଉ କରାଯାଇ ୪୫୦ ଲିଟର ଦେଶୀ ରନ୍ଧା ମଦ ଓ ଗୋଟିଏ ମୋଟର ସାଇକେଲ (ଓଡି-୨୨ପି-୮୯୦୭) ଜବତ କରାଯିବା ସହିତ ୩ ଜଣଙ୍କୁ ଗିରଫ କରାଯାଇଛି ।

ସେହିପରି ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଞ୍ଜୁରୀରୋଡ଼ ବଜ଼ାର ଓ ନାଆମୀ କଲେଜ ଛକ ଅଂଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଦୁଇଗୋଟି ମୋଟର ସାଇକେଲରୁ ( ଓଡି-୨୨ଏଚ୍-୪୧୯୦, ଓଆର୍-୨୨-୭୧୩୭) ୧୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହିତ ୨ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏହି ଚଢାଉରେ ସମୁଦାୟ ୫୫୦ ଲିଟର ଦେଶୀ ମଦ ଓ ୩ଟି ମୋଟର ସାଇକେଲ ଜବତ ହେବା ସହିତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି । ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।
ଉକ୍ତ ଚଢାଉରେ ଏ.ଏସ୍.ଆଇ ଭବେଶ ଦାସ ଓ ପ୍ରହଲ୍ଲାଦ ସାମଲ , କନେଷ୍ଟବଳ ପ୍ରଦୀପ ମଲ୍ଲିକ, ଶିବପ୍ରସାଦ ସାହୁ, ଖଗେଶ୍ୱର ଜେନା, ଅନବାଦିତ୍ୟ ବାରିକ, ଜେମାମଣି ଜାମୁଦା ପ୍ରଭୃତି ସାମିଲ ଥିଲେ। ଏନେଇ ଅବକାରୀ ବିଭାଗ ପକ୍ଷରୁ ୪ଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି।

ସମ୍ବନ୍ଧିତ ଖବର