ପୂଜା ମଣ୍ଡପ ନିକଟରୁ ଧରାପଡ଼ିଲେ ଲୁଟେରା

ଭୁବନେଶ୍ୱର : ପୂଜା ତିନି ଦିନ ଲୁଟେରାଙ୍କ ପୁଷମାସ ଥିଲା। ୩ ଦିନ ମଧ୍ୟରେ ଲୁଟେରାମାନେ ମଣ୍ଡପ ନିକଟରେ ପାର୍କିଂ ହୋଇଥିବା ବାଇକ୍‌ ବୋହି ନେବା ସହ ଭକ୍ତଙ୍କ ପକେଟ କାଟି ପର୍ସ ନେବା ଓ ଚେନ୍‌ ଲୁଟ ଭଳି ଏକାଧିକ ଘଟଣା ଘଟିଛି ବିଭିନ୍ନ ପୂଜାମଣ୍ଡପ ନିକଟରେ। ଏ ନେଇ ବିଭିନ୍ନ ଥାନାରେ ପୁଞ୍ଜାପୁଞ୍ଜା ଅଭିଯୋଗ। ବିଶେଷ କରି ନୂଆପଲ୍ଲୀ, ସହିଦନଗର, ମଞ୍ଚେଶ୍ୱର ଓ ଲକ୍ଷ୍ମୀସାଗର ଥାନାରେ ଏଭଳି ଅଭିଯୋଗ ସବୁ ଏବେ ପହଞ୍ଚିବାରେ ଲାଗିଛି। ପୁଲିସ ମଧ୍ୟ ୧୦ରୁ ଅଧିକ ଲୁଟେରାଙ୍କୁ କାବୁ କରିଛି। ସେମାନଙ୍କ ନିକଟରୁ ସୁନାହାର, ମୋବାଇଲ ଫୋନ୍‌ ଓ କେତେକ ଚୋରି ସାମଗ୍ରୀ ଜବତ ହୋଇଛି। ସହିଦନଗର ଓ ଲକ୍ଷ୍ମୀସାଗର ଥାନା ପୁଲିସ ଦୁଇ ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଅନେକ ସାମଗ୍ରୀ ଜବତ କରିଛି।

ସମ୍ବନ୍ଧିତ ଖବର