ମହାଲକ୍ଷ୍ମୀଙ୍କ ପୂଜାଲାଗି ଏହି ତିଥି ଖୁବ୍‌ ଭଲ

ମା’ ମହାଲକ୍ଷ୍ମୀଙ୍କୁ କେବଳ ଗୁରୁବାର ଯେ ପୂଜା କରାଯାଇଥାଏ ତାହା ନୁହେଁ ବରଂ ଏଥିପାଇଁ ବିଶେଷ ତିଥି ହେଉଛି ନବମୀ ଓ ଚତୁର୍ଦ୍ଦଶୀ । ଏହି ତିଥିମାନଙ୍କରେ ବିଶେଷ ମନ୍ତ୍ର ସହିତ ବେଲ ପତ୍ର ସହିତ ପୂଜା କରିଲେ ମନୁଷ୍ୟର ପାପ ଓ ଦାରିଦ୍ର୍ୟ ନାଶ ହୋଇଯାଇଥାଏ ଏବଂ ସେ ବୈଭବଶାଳୀ ହୋଇଥାଏ । ଏହି ପୂଜା ଲକ୍ଷ୍ମୀ କୃପାର କାମନା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରଯୁଜ୍ୟ । ଏବେ ଜାଣନ୍ତୁ ବିଶେଷ ମନ୍ତ୍ର ସହିତ ବେଲପତି, ପୂଜାର ସରଳ ଉପାୟ-ପ୍ରାତଃ କାଳରେ ସ୍ନାନ ପରେ ଲାଲ କିମ୍ବା ଧଳା ବସ୍ତ୍ର ପିନ୍ଧି ବେଲପତ୍ରର ବୃକ୍ଷଙ୍କୁ ପୂଜାରେ ଚନ୍ଦନ, ଫୁଲ ଓ ଫୁଲମାଳା, ଫଳ,ବସ୍ତ୍ର , ରାଶି, ଖାଦ୍ୟଶସ୍ୟ  ଅର୍ପଣ କରନ୍ତୁ । ଧୂପ ଓ ଦୀପ ଜଳାଇ ପୂଜା କରନ୍ତୁ । ମନ୍ତ୍ର ପୂଜା ପରେ ଲକ୍ଷ୍ମୀଙ୍କ କୃପା କାମନା ସହିତ ଆରତୀ କିମ୍ବା ଲକ୍ଷ୍ମୀ ଆରତୀ ମଧ୍ୟ କରନ୍ତୁ ଏବଂ ବେଲ ପତ୍ର ବୃକ୍ଷର ପରିକ୍ରମା କରନ୍ତୁ ।

photo-youtube

ବେଲ ପତ୍ର ହିନ୍ଦୁମାନଙ୍କ ପାଇଁ ଏକ ପବିତ୍ର ପତ୍ର। ସୋମବାର ଦିନ ଏହାର ବିଶେଷ ଆବଶ୍ୟକତା ପଡ଼ିଥାଏ। କାରଣ ଭଗବାନ ଶିବଙ୍କର ଏହା ଅତ୍ୟନ୍ତ ପ୍ରିୟ। ଏକ ପୌରାଣିକ ମାନ୍ୟତା ଅନୁଯାୟୀ ବେଲପତ୍ରର ପୂଜା ଲକ୍ଷ୍ମୀଙ୍କ କୃପାରେ ଐଶ୍ୱର୍ଯ୍ୟ ଓ ଧନସଂପତ୍ତି ଇତ୍ୟାଦି ବୃଦ୍ଧି ପାଇଥାଏ । କୁହାଯାଏ ଯେ ସମୁଦ୍ର ମନ୍ଥନ କାଳରେ ଦେବୀ ଲକ୍ଷ୍ମୀ ଯେତେବେଳେ ପ୍ରକଟ ହୋଇଥିଲେ, ସେତେବେଳେ ଲକ୍ଷ୍ମୀଙ୍କ ସ୍ୱାମୀ ହେବା ପାଇଁ ଦେବ-ଦାନବଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ସେହି ସମୟରେ ଦେବୀ ବେଲପତ୍ର ବୃକ୍ଷରେ ସମୟ ବିତାଇଥିଲେ ଏବଂ ପରେ ଶ୍ରୀହରି ବିଷ୍ଣୁଙ୍କୁ ନିଜର ସ୍ୱାମୀ ରୂପେ ବରଣ କରିଥିଲେ ।

ସମ୍ବନ୍ଧିତ ଖବର