କେତେବେଳେ ଶ୍ରୀକୃଷ୍ଣ ଚତୁର୍ଭୁଜ ରୂପରେ ପ୍ରକଟ ହେଲେ ?

ଆକାଶବାଣୀ ଜରିଆରେ ନିଜର ମୃତ୍ୟୁ କଥା ଜାଣିବାପରେ କଂସର ସ୍ନେହ ଭାବ ଦ୍ୱେଷ ଭାବରେ ପରିଣତ ହେଲା । ସେ କ୍ରୋଧିତ ହୋଇ ରଥରୁ ଓହ୍ଲାଇଗଲା । ସେ ତତ୍‌କ୍ଷଣାତ୍‌ ଖଣ୍ଡା ଉଠାଇ ଭଉଣୀ ଦେବକୀଙ୍କୁ ହତ୍ୟା କରିବାକୁ ମାଡ଼ି ଆସିଲା । ବସୁଦେବ କଂସର ଏଭଳି ରୂପ ଦେଖି ତାଙ୍କୁ ଆକୁଳେ ବିନତି କରି କହିଲେ ଯେ ଏକ ଅବଳା ନାରୀକୁ ବଧ କରିବା ଉଚିତ ନୁହେଁ । ସେ ଆହୁରି ମଧ୍ୟ କହିଲେ ‘ ତୁମର କାଳ ତ ଦେବକୀର ଗର୍ଭସ୍ଥ ସନ୍ତାନ । ମୁଁ ତା’ର ସମସ୍ତ ସନ୍ତାନ ତୁମକୁ ଦେବା ଲାଗି କଥା ଦେଉଛି । ତମେ ଦେବକୀଙ୍କୁ ଛାଡି ଦିଅ ।’ କଂସ ବସୁଦେବଙ୍କ କଥାକୁ ବିଶ୍ୱାସ କରି ଦେବକୀଙ୍କୁ ମାରିବା ଉଦ୍ୟମରୁ ବିରତ ହେଲା, କିନ୍ତୁ ପରେ ପତିପତ୍ନୀଙ୍କୁ କାରାଗାରରେ ବନ୍ଦୀ କରି ରଖିଲା ।

photo-youtube

ଦେବକୀଙ୍କ ଗର୍ଭରୁ କ୍ରମଶଃ ଛଅଟି ସନ୍ତାନ ଜନ୍ମ ହେଲେ । ନିଜର ପ୍ରତିଜ୍ଞା ଅନୁଯାୟୀ ସେମାନଙ୍କୁ କଂସ ହାତରେ ଟେକି ଦେଉଥିଲେ ଏବଂ ଦୁଷ୍ଟ ସେ ସମସ୍ତଙ୍କୁ ମାରି ଦେଉଥିଲା । ସପ୍ତମ ଗର୍ଭରେ ବଳରାମଙ୍କ ଜନ୍ମ ହେଲା , ଯିଏ ଭଗବାନଙ୍କ ଆଦେଶରେ ଯୋଗମାୟାଙ୍କ ଦ୍ୱାରା ମାତା ରୋହିଣୀଙ୍କ ଗର୍ଭରେ ସ୍ଥାନିତ ହେଲେ । ଅଷ୍ଟମ ଗର୍ଭରେ ସାକ୍ଷାତ୍‌ ଭଗବାନ ଚତୁର୍ଭୁଜ ରୂପରେ ପ୍ରକଟ ହେଲେ । ଯେତେବେଳେ ଭଗବାନ ପ୍ରକଟ ହେଲେ, ସେତେବେଳେ ତାଙ୍କ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ସୁଶୋଭିତ ହେଉଥିଲା ।

ସମ୍ବନ୍ଧିତ ଖବର