ମୁମ୍ବାଇ: ଗତକାଲି ଦ୍ୱିତୀୟ ଡୋଜ୍‌ କୋଭିଡ୍‌-୧୯ ନିରୋଧୀ ଟିକା ନେବାର ଅଳ୍ପ ସମୟ ପରେ ମହାରାଷ୍ଟ୍ରର ଭାଗ୍ୟନଗର ଟିକା କେନ୍ଦ୍ରରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

Advertisment

ଟିକା ନେବା ପରେ ମୃତ୍ୟୁ ବରଣ କରିଥିବା ଉକ୍ତ ବ୍ୟକ୍ତିଜଣକ ହେଉଛନ୍ତି ୪୫ ବର୍ଷିୟ ଭିଓ୍ଵାଣ୍ଡିର ଶୁକଦେବ କିର୍‌ଦାତ। ଜଣେ ଚକ୍ଷୁ ବିଶେଷଜ୍ଞଙ୍କ ପାଖରେ ସେ ଡ୍ରାଇଭର୍‌ କାମ କରନ୍ତି। ଦ୍ୱିତୀୟ ଡୋଜ୍‌ ଟିକା ନେବାର ୧୫ ମିନିଟ୍‌ ପରେ ‘ଅବ୍‌ଜର୍‌ଭେସନ୍‌ ରୁମ୍‌’ରେ ସେ ଅଚେତ ହୋଇ ପଡ଼ିଥିଲେ।

ଦୁଇଟି ସନ୍ତାନର ପିତା କିର୍‌ଦାତଙ୍କୁ ତୁରନ୍ତ ନିକଟରେ ଥିବା ‘ଇନ୍ଦିରା ଗାନ୍ଧୀ ସ୍ମାରକୀ ଡାକ୍ତରଖାନା’କୁ ନିଆଯାଇଥିଲା। ସେ ମୃତ ବୋଲି ସେଠାରେ ଘୋଷଣା କରାଯାଇଥିଲା।

publive-image Image Courtesy of Hindustan Times

ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ, ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ଡାକ୍ତରମାନେ କହିଛନ୍ତି।

ଜଣେ ସ୍ୱାସ୍ଥ୍ୟକର୍ମୀ ଭାବେ ସେ ଜାନୁଆରି ୨୮ ତାରିଖ ଦିନ ପ୍ରଥମ ଡୋଜ୍‌ ଟିକା ନେଇଥିଲେ।

ହସ୍ପିଟାଲ୍‌ର ଡାକ୍ତର କେ.ଆର୍‌. ଖରାତ କହନ୍ତି, ମାସେ ତଳେ ସେ ପ୍ରଥମ ଡୋଜ୍‌ ଟିକା ନେଇଥିଲେ। ସେତେବେଳେ କୌଣସି ସମସ୍ୟା ହୋଇ ନ ଥିଲା। ଟିକା ନେବା ପୂର୍ବରୁ ସମ୍ପୂର୍ଣ୍ଣ ‘ଚେକ୍‌-ଅପ୍‌’ କରାଯାଇଥିଲା। ଅନେକ ବର୍ଷ ହେବ ସେ ରକ୍ତଚାପରେ ଆକ୍ରାନ୍ତ ଥିବା କଥା ସେତେବେଳେ ଜଣାପଡ଼ିଥିଲା। ତାଙ୍କର ପାଦ ଫୁଲିବା ଭଳି ସମସ୍ୟା ଥିଲା। କିନ୍ତୁ, ସେ ସମୟରେ ତାଙ୍କର ରକ୍ତଚାପ ଓ ଅମ୍ଳଜାନସ୍ତର ସ୍ୱାଭାବିକ ଥିଲା।

ବ୍ୟବଚ୍ଛେଦ ନିମନ୍ତେ ତାଙ୍କ ଶବକୁ ‘ଜେଜେ ହସ୍ପିଟାଲ୍‌’କୁ ପଠାଯାଇଛି।