ନୂଆଦିଲ୍ଲୀ: ସଂପର୍କରେ ୪୦ ବର୍ଷର ବ୍ୟବଧାନ ପରେ ଜଣେ ବେଶ୍ ଖୁସିରେ ଅଛନ୍ତି ଏକ ପ୍ରେମୀ ଯୁଗଳ। ଏତେ ସ୍ବଳ୍ପ ବୟସ୍କା ପ୍ରେମିକାଙ୍କୁ ପାଇବା ପରେ ତାଙ୍କ ପୁରୁଷ ବନ୍ଧୁ ନିଜକୁ ଦୁନିଆର ସବୁଠୁ ଭାଗ୍ୟବାନ ବୋଲି ମଣନ୍ତି। ହେଲେ ଏହାକୁ ନେଇ କେହି କେହି ବ୍ୟକ୍ତି ଜଣଙ୍କୁ ଟ୍ରୋଲ୍ ବି କରୁଥିବାର ଦେଖିବାକୁ ମିଳିଛି। ଅନେକ ଲୋକ ସେମାନଙ୍କ ସଂପର୍କକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ଜଣେ ନିଜର ମତ ରଖି କହିଛନ୍ତି କି ଝିଅମାନେ ସବୁବେଳେ ପଇସା ପଛରେ ପାଗେଳୀ। ସେ ସେଥିପାଇଁ କେଉଁ ବି ବୟସର ପୁରୁଷ ସହ ସଂପର୍କରେ ରହିପାରନ୍ତି।
ଏହି ନିଆରା ଯୋଡ଼ି ସୋସିଆଲ୍ ମିଡିଆରେ ଅଧିକାଂଶ ସମୟରେ ନିଜର ଫଟୋ ୟେସାର କରିଥାନ୍ତି। ତେବେ ସେମାନଙ୍କ ବୟସ ଏବେ ପର୍ଯ୍ୟନ୍ତ ସାର୍ବଜନୀନ ନହେଲେ ବି ସେମାନଙ୍କ ବୟସରେ ୪୦ ବର୍ଷର ବ୍ୟବଧାନ ରହିଛି ବୋଲି ସେମାନେ ସୋସିଆଲ୍ ମିଡିଆରେ ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2022/04/Untitled-51-240x300.jpg)
ଏହି ଯୋଡ଼ି ଟିକ୍ଟକ୍ରେ ବି ଖୁବ୍ ଲୋକପ୍ରିୟ। ସେମାନଙ୍କ ରିଲ୍ସ ଦେଖି ତାଙ୍କୁ ଅନେକ ଲୋକେ ଅନେକ ପ୍ରକାରର ଟ୍ରୋଲ୍ କରିବାରେ ଲାଗିଛନ୍ତି। କିଛି ଲୋକ ଯୁବତୀଙ୍କ ବୟସ ୨୫ ବୋଲି ଅନୁମାନ ଲଗାଉଥିବା ବେଳେ ଆଉ କେହି କେହି ଲେଖିଛନ୍ତି, ‘ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ଇନ୍ସୁରାନ୍ସ ସହ ସଂପର୍କରେ ଅଛନ୍ତି ବୋଲି ଲେଖିଛନ୍ତି।’ ସେମାନେ ଲଗାତର ସେମାନଙ୍କ ରୋମାଣ୍ଟିକ୍ ଫଟୋ ଭିଡ଼ିଓ ସବୁ ସେୟାର କରିବାରେ ଲାଗିଛନ୍ତି। ସେମାନେ ପରସ୍ପରଙ୍କୁ ଟିଣ୍ଡର୍ ଜରିଆରେ ମିଳିଥିବା କହିଛନ୍ତି।