ଶାଶୂଙ୍କ ସହ ଦୁଷ୍କର୍ମ ଓ ଶାଳୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର

କେନ୍ଦୁଝର: ଶାଳୀକୁ ଟାଙ୍ଗିଆରେ ହାଣି ହତ୍ୟା ଓ ଶାଶୂଙ୍କୁ ହାତ ବାନ୍ଧି ଦୁଷ୍କର୍ମ ଅଭିଯୋଗ ହୋଇଛି। ଏପରିକି ଶବକୁ ୨ଶହ ଫୁଟ ଖାଲକୁ ଫିଙ୍ଗିଦେଲା ହତ୍ୟାକାରୀ। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା କିରିବୁରରେ।

ମୁର୍ଗାପଡାରେ ରହୁଥିବା ଶାଶୂ ଓ ଶାଳୀ ଜଙ୍ଗଲକୁ ଛତୁ ଓ କୁରକୁଟି ସଂଗ୍ରହ ପାଇଁ ଯାଇଥିବାବେଳେ ରୂପ ସିଂ ସିଦ୍ଧୁ ସେଠାରେ ପହଞ୍ଚି ଶାଶୂଙ୍କ ସହ ଦୁଷ୍କର୍ମ କରିଥିଲା । ଶାଳି ସହ ଝଗଡ଼ା ହେବାରୁ ଟାଙ୍ଗିଆରେ ବେକକୁ କାଟି ୨୦୦ ଫୁଟ ତଳକୁ ଫିଙ୍ଗି ଦେଇଥିଲା। ଶାଶୂଙ୍କ ହାତକୁ ଗାମୁଛାରେ ବାନ୍ଧି ଦୁଷ୍କର୍ମ କରିଥିଲା ଜ୍ୱାଇଁ । ତେବେ କୌଶଳ କ୍ରମେ ଶାଶୂ ଖସିଆସି କିରିବୁରୁ ଥାନାରେ ଅଭିଯୋଗ କରିଥିଲେ। ଝିଅର ଶବ ଏଯାଏଁ ଉଦ୍ଧାର ହୋଇପାରିନଥିବାବେଳେ ହତ୍ୟାହାରୀ ରୂପ ସିଂ ସିଦ୍ଧୁ ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର