ଭୁବନେଶ୍ୱର: ତିନି ବର୍ଷ ଧରି ବିଏମ୍‌ସିରେ ଅଫିସର୍‌ ରାଜ୍‌ ଚାଲିବା ପରେ ଲୋକପ୍ରତିନିଧି କ୍ଷମତାକୁ ଆସିଛନ୍ତି। ଲୋକମାନେ ଏବେ ଜନପ୍ରତିନିଧିଙ୍କ ପାଖରେ ମାଳମାଳ ଅଭିଯୋଗ ଧରି ପହଞ୍ଚୁଛନ୍ତି। ଅଧିକାରୀଙ୍କୁ ନିଜ ସମସ୍ୟା ଜଣାଇବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ରହିଛି। ଏହାକୁ ଆଖି ଆଗରେ ରଖି କମିସନର ବିଜୟ ଅମୃତା କୁଲାଙ୍ଗେ ଗତ ସୋମବାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ମୋବାଇଲ(ହ୍ବାଟ୍‌ସ୍‌ଆପ୍‌) ନମ୍ବର ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି କରିଛନ୍ତି।

Advertisment

ଅଧିକାରୀଙ୍କ ସହ କମିସନରଙ୍କର ହ୍ବାଟ୍‌ସ୍‌ଆପ୍‌ ନମ୍ବର ମଧ୍ୟ ଜାରି କରାଯାଇଛି। ଏବେ ଲୋକଙ୍କ ସମସ୍ୟା ସମାଧାନ କରିବା ବା ବିଭିନ୍ନ ପ୍ରସ୍ତାବ ଗ୍ରହଣ କରିବାରେ ସମସ୍ୟା ହେବ ନାହିଁ ବୋଲି ବିଏମ୍‌ସି ଆଶାବାଦୀ ଅଛି। ଲୋକମାନେ ମଧ୍ୟ ବିଏମ୍‌ସିର ଏହି ପଦ‌‌କ୍ଷେପକୁ ନେଇ ଆଶାବାଦୀ ହୋ‌ଇପଡ଼ିଛନ୍ତି। ଦୁଇ ଦିନ ମଧ୍ୟରେ ଅଫିସରଙ୍କ ହ୍ବାଟ୍‌ସ୍‌ଆପ୍‌ରେ ଗଦାଗଦା ଅଭିଯୋଗ ପହଞ୍ଚିଥିବା ଜଣାପଡ଼ିଛି।

publive-image