ସୁନ୍ଦରଗଡ଼: ଵିସ୍ଥାପିତଙ୍କ ପୁନର୍ବାସ ଓ ଥଇଥାନରେ ଅବହେଳାକୁ ନେଇ ଅନେକ ସମୟରେ ବିରୋଧର ସମ୍ମୁଖୀନ ହେଉଥିବା ଏମସିଏଲ ଵସୁନ୍ଧରା ପ୍ରଥମ କରି ସୁନ୍ଦରଗଡ଼ ଜିଲ୍ଲାର ହେମଗିର ଅଞ୍ଚଳରେ ଏକ ନିଆରା ପଦକ୍ଷେପ ହାତକୁ ନେଇଛି। ଵିସ୍ଥାପିତ ଓ ପ୍ରଭାବିତ ଗାଁଗୁଡ଼ିକୁ ଆଦର୍ଶ ଗ୍ରାମ ଭାବେ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ଆଜି ହେମଗିର ବ୍ଲକ୍ ଡୁଡକା ପଞ୍ଚାୟତ ଅନ୍ତର୍ଗତ ବରପାଲି ଗାଁରୁ ଏହି ଯୋଜନାର ଶୁଭାରମ୍ଭ ହୋଇଛି। ସୁନ୍ଦରଗଡ଼ର ପୂର୍ବତନ ଵିଧାୟକ ତଥା ଵିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଯୋଗେଶ କୁମାର ସିଂହ ଵିସ୍ଥାପିତଙ୍କ ଵସ୍ତିକୁ ଆଦର୍ଶ ଗାଁ ଭାବେ ନିର୍ମାଣ କରି ସମସ୍ତ ପ୍ରକାର ସୁଵିଧା ଦେବାକୁ ଵହୁ ଦିନର ଦାବି କରି ଆସୁଥିବା ବେଳେ ଏହାକୁ ଗ୍ରହଣ କରି ଅର୍ଥ ଯୋଗାଇ ଦେଇଛି ଏମସିଏଲ। ପ୍ରଥମ ପର୍ଯ୍ୟାୟରେ ବରପାଲି ଆଦର୍ଶ ଗାଁ ପାଇଁ ୧୧ କୋଟି ମଞ୍ଜୁର ହୋଇଛି।

Advertisment

publive-imageଏହି ପରିପ୍ରେକ୍ଷୀରେ ଆଜି ଆଦର୍ଶ ଗାଁ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିଥି ଭାବେ ହେମଗିର ରାଜା ତଥା ଵିଜେଡି ନେତା ସୁନୀଲ କୁମାର ସିଂହଦେଓ, ପୂର୍ବତନ ଵିଧାୟକ ଯୋଗେଶ ସିଂହ, ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଉପସଭାପତି କାଶୀନାଥ ରାଉତ ପ୍ରମୁଖ ଗ୍ରାମବାସୀଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଆଦର୍ଶ ଗ୍ରାମରେ ସ୍ମାର୍ଟ ବିଦ୍ୟାଳୟ, ଉଦ୍ୟାନ, ମନ୍ଦିର, ଖେଳ ପଡ଼ିଆ, ବଜାର, ପକ୍କା ରାସ୍ତା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଆଦି ବହୁ ଉନ୍ନୟନମୂଳକ ପ୍ରକଳ୍ପ ନିର୍ମାଣ ହେବ। ଆଗକୁ ଆଉ ଅନେକ ବିସ୍ଥାପିତ ଗାଁକୁ ଆଦର୍ଶ ଗ୍ରାମର ରୂପ ଦିଆଯିବ ଵୋଲି ସୂଚନା ମିଳିଛି।