ମାନସିକ ଚାପରୁ ମୁକ୍ତ ହେବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକ ମାନସିକ ଚାପଗ୍ରସ୍ତ । କେହି ନିଜର ରୋଜଗାରକୁ ନେଇ ତ ପୁଣି କେହି ଦାମ୍ପତ୍ୟ ଜୀବନକୁ ନେଇ ତ ପୁଣି କାର୍ଯ୍ୟକ୍ଷେତ୍ର ସମସ୍ୟାକୁ ନେଇ ଚାପରେ ରହୁଛନ୍ତି । ଏହି ମାନସିକ ଚାପରୁ ମୁକୁଳିବା ଲାଗି ଲୋକେ ଭିନ୍ନ ଭିନ୍ନ ପଦ୍ଧତି ଅବଲମ୍ବନ କରି ଥାଆନ୍ତି । ଧ୍ୟାନ, ଜପ ଓ ବ୍ୟାୟାମ ମଧ୍ୟରେ ଲୋକେ ମାନସିକ ଚାପରୁ ମୁକ୍ତ ହେବା ପାଇଁ ଚେଷ୍ଟା କରି ଥାଆନ୍ତି ।

photo-speakingtree

ଆପଣ କ’ଣ ଜାଣନ୍ତି ଏହାର ଅନ୍ୟ ଏକ ସରଳ ଉପାୟ ବି ରହିଛି । ଏଥିପାଇଁ ଆପଣଙ୍କୁ ଅଧିକ କଷ୍ଟ କରିବାକୁ ପଡିବ ନାହିଁ । ଆପଣଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ହେଲା ‘ ପାଦ’ । ସପ୍ତାହରେ ଥରେ ପ୍ରାୟ ୨୦ ମିନିଟ୍‌ ଯାଏଁ ନିଜର ପାଦକୁ ଅଳ୍ପ ଉଷୁମ ପାଣିରେ ରଖନ୍ତୁ । ଏକ ଟବ୍‌ରେ ପାଣି ଭର୍ତ୍ତି କରି ପୂର୍ବରୁ ରଖି ଥାଆନ୍ତୁ । ସେଥିରେ ଅଳ୍ପ ସୈନ୍ଧବ ଲବଣ ମଧ୍ୟ ପକାଇ ରଖି ଥାଆନ୍ତୁ । ଆପଣ ଏଭଳି ଅଭ୍ୟାସ କରିଲେ କିଛି ସପ୍ତାହ ପରେ ଅନୁଭବ କରିବେ ଯେ ମାନସିକ ଚାପ ମୁକ୍ତ ହୋଇଛନ୍ତି ।

ଯଦି ଆପଣ ସେଥିରେ ସନ୍ତୁଷ୍ଟ ନୁହଁନ୍ତି, ତେବେ ସେହି ସୈନ୍ଧବ ଲବଣ ମିଶା ଜଳରେ କିଛି ତେଲ ମଧ୍ୟ ପକାଇ ପାରନ୍ତି । ଏହି ଉପାୟ ଅବଲମ୍ବନ କରିଲେ, ଆପଣ କେବଳ ମାନସିକ ଚାପରୁ ମୁକ୍ତ ହେବେ, ତା’ ନୁହେଁ , ବରଂ ଆପଣଙ୍କର ହର୍‌ମୋନ ଜନିତ ଅସନ୍ତୁଳନରୁ ବି ଆପଣଙ୍କୁ ରକ୍ଷା କରିପାରିବ ।

ସମ୍ବନ୍ଧିତ ଖବର