ସରୁନି ଦୁଖ: ତେଲେଙ୍ଗାନାକୁ ଦାଦାନ ଖଟିବାକୁ ଯାଇ ନିସ୍ତୁକ ମାଡ ଖାଇ ଫେରିଲେ ଓଡ଼ିଆ ଶ୍ରମିକ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ମାଟିଭାଟା ଗ୍ରାମର କିଛି ଶ୍ରମିକ ତେଲେଙ୍ଗାନା ରାଜ୍ୟକୁ ନିଜ ପେଟ ପାଟଣା ପାଇଁ ଦାଦାନ ଖଟିବାକୁ ଯାଇ ସେଠାରେ ମାଲିକ ଠାରୁ ଅମାନୁସିକ ଭାବେ ମାଡ ଖାଇଥିବା ଅଭିଯୋଗ ହୋଇଛି । ଗୁରୁତର ଭାବେ କ୍ଷତାକ୍ତ ହୋଇ  ଗୁରୁବାର ଖପ୍ରାଖୋଲ ଅଞ୍ଚଳକୁ ପହଞ୍ଚିବା ପରେ ସେମାନଙ୍କୁ ଅନକାମରା ସଙ୍ଗରୋଧ କେନ୍ଦ୍ରକୁ ନିଆ ଯାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଖପ୍ରାଖୋଲ ବ୍ଲକ ମାଟିଆଭଟା ଗ୍ରାମର କିଛି ଶ୍ରମିକ କାମ କରିବା ପାଇଁ ତେଲେଙ୍ଗାନା ରାଜ୍ୟ ତିରୁଭଲ୍ଲୁର ଜିଲ୍ଲାର ପୁଡୁକୁପ୍ପନ ଗ୍ରାମ ନିକଟକୁ ଦାଦାନ ଖଟି ଯାଇଥିଲେ । ସେମାନେ ସେଠାରେ ଇଟାଭାଟିକୁ କାମ କରିବାକୁ ଯାଇଥିବା ବେଳେ କିଛି ଦିନ ପୂର୍ବରୁ ଇଟା ଭାଟି ମାଲିକ ପ୍ରଚଣ୍ଡ ମାଡ ମାରିଥିବା ବେଳେ ଏଥିରେ ଶ୍ରମିକ ମାନେ କ୍ଷତାକ୍ତ ହୋଇ ପଡିଥିବା ଜଣାପଡିଛି ।  କ୍ଷତାକ୍ତ ହୋଇ ପଡିଥିବା ଶ୍ରମିକମାନେ ସେଠାକାର ଥାନାରେ ଅଭିଯୋଗ କରିଥିଲେ ।

ଶ୍ରମିକମାନଙ୍କ ଅଭିଯୋଗକୁ ଭିତ୍ତି କରି ସେଠାକର ପୁଲିସ ଅଭିଯୁକ୍ତ ମାଲିକକୁ ଗିରଫ କରିଥିବା ମଧ୍ୟ ଜଣାପଡିଛି । ଉକ୍ତ ଶ୍ରମିକମାନେ ଗୁରୁବାର ବଲାଙ୍ଗୀରରେ ଟ୍ରେନ ଯୋଗେ ପହଞ୍ଚିଥିଲେ । ବଲାଙ୍ଗୀରରୁ ବସରେ ପ୍ରଶାସନ ଖପ୍ରାଖୋଲକୁ ଆଣିଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ଅନକାମରା ସଙ୍ଗରୋଧ କେନ୍ଦ୍ର ରଖା ଯାଇଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି । ଉକ୍ତ ଶ୍ରମିକମାନଙ୍କ ମଧ୍ୟରେ ନିଆବନ ସାହୁ, ଯଶୋବନ୍ତି ସାହୁ, ଗୋପାଳ ସାହୁ, ତୁଲାବତୀ ସାହୁ, ଚନ୍ଦ୍ର ବରିହା, ଚନ୍ଦ୍ରକାନ୍ତି ବରିହା, ମାନସି ବରିହା, ଜ୍ୟୋସ୍ନା ବରିହା ଓରଫ ଦହନା ବରିହା ବୋଲି ଜଣାପଡିଛି । ଉକ୍ତ ସମସ୍ତ ଶ୍ରମିକ ମାନେ ଆହତ ହୋଇଥିବା ମଧ୍ୟ ଜଣାପଡିଛି ।

ଏ ସମ୍ପର୍କରେ ଖପ୍ରାଖୋଲ ବିଡିଓ ତରଣୀ ସୁନାଙ୍କୁ ପଚାରିବାରୁ ସେ, ଶ୍ରମିକମାନେ ଗୁରୁବାର ସନ୍ଧ୍ୟାରେ ଖପ୍ରାଖୋଲ ପହଞ୍ଚିଛନ୍ତି, ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖା ଯାଇଛି । ତଦନ୍ତ ପରେ ଘଟଣାର ସମସ୍ତ ତଥ୍ୟ ଜଣାପଡିବ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର