ଫ୍ଲୋରିଡା : ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡାସ୍ଥିତ ଅର୍ଲାଣ୍ଡୋରେ ରହୁଥିବା ପ୍ରବାସୀ ଓଡ଼ିଆ ହୋଲି ଉତ୍ସବ ପାଳନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନିରାକର ଜେନାଙ୍କ ନେତୃତ୍ବରେ ବହୁ ଓଡ଼ିଆ ଯୋଗଦେଇ ପରସ୍ପରକୁ ଅବିର ବୋଳି ଶୁଭେଚ୍ଛା ଜଣାଇବା ସହ ନାଚ, ଗୀତ ଓ ବିଭିନ୍ନ ପ୍ରକାର ଖେଳରେ ମସଗୁଲ୍ ହୋଇଯାଇଥିଲେ। ଏହି ଅବସରରେ ଓଡ଼ିଆ ପରମ୍ପରାକୁ ଆଖି ଆଗରେ ରଖି ଖାଣ୍ଟି ଓଡ଼ିଆ ଖାଇବା କାକରା ପିଠା, ଦହିବରା ଆଳୁଦମ, ପୁରୀ, କ୍ଷୀରି, ଛେନାପୋଡ଼, ଘୁଗୁନି, ଖାଣ୍ଟି କଟକ ଓଡ଼ିଆ ଲସି ପରି ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ସବୁ ପରିବାରବର୍ଗ ଏକତ୍ରିତ ହୋଇ ନିଜର ବନ୍ଧୁ ପରିଜନଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ।
ବାହାରିନ୍ରେ ହୋଲି ଉତ୍ସବ
ବାହାରିନ୍ : ବାହାରିନ୍ ଓଡ଼ିଆ ସମାଜ ପକ୍ଷରୁ ପବିତ୍ର ଦୋଳପୂର୍ଣ୍ଣିମା ଓ ହୋଲି ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଦସ୍ୟମାନେ ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜଙ୍କ ସାରରେ ଅବସ୍ଥିତ ବାସଭବନରେ ପରସ୍ପରକୁ ଅବିର ବୋଳି ହୋଲି ପାଳନ କରିଥିଲେ। କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ଏହି ଉତ୍ସବ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଲୋକନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ସମଗ୍ର ବିଶ୍ୱରେ ଶାନ୍ତି, ପ୍ରେମ ସ୍ଥାପନା ପାଇଁ ଅନୁଷ୍ଠାନର ସଦସ୍ୟମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/prabasi-odia.jpg)