ତୁରେକେଲା ଝିଅ ଛତିଶଗଡ଼ରୁ ଉଦ୍ଧାର, ଅପହରଣ ମାମଲାରେ ୩ ଗିରଫ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଂଚଳର ଜଣେ ଅପହୃତା ନାବାଳିକାଙ୍କୁ ପୁଲିସ ଛତିଶଗଡ଼ରୁ ଉଦ୍ଧାର କରିଛି। ଏହି ମାମଲାରେ ତୁରେକେଲା ଗାଁ ବସ୍ତିପଡ଼ାର ଜୟକୃଷ୍ଣ ଲୁହା, ମୋହିତ ରଂଜନ ପଣ୍ଡା ଓ ଅଶ୍ୱିନୀ ଛତ୍ରିଆଙ୍କୁ ଗିରଫ କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଉକ୍ତ ନାବାଳିକାଙ୍କୁ ଜୟକୃଷ୍ଣ ପ୍ରେମ ଜାଲରେ ଫସାଇ ଅପହରଣ କରିବା ପରେ ଦୁଷ୍କର୍ମ କରିଥିଲା। ଅପହରଣରେ ଜୟକୃଷ୍ଣଙ୍କୁ ତାଙ୍କ ଦୁଇ ବନ୍ଧୁ ମୋହିତ ଓ ଅଶ୍ବିନୀ ସହଯୋଗ କରିଥିଲେ। ଏ ନେଇ ପରିବାରଲୋକଙ୍କ ଅଭି‌ଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ନାବାଳିକା ଓ ତିନି ଅଭିଯୁକ୍ତ ରାୟପୁରରେ ଥିବା ଜାଣିବା ପରେ ପୁଲିସ ସେଠାରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଶନିବାର ତିନି ଅଭିଯୁକ୍ତଙ୍କୁ ପୋକ୍ସୋ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି ବୋଲି ତୁରେକେଲା ଥାନା ଅଧିକାରୀ କମଳଲୋଚନ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର