ଅଡ଼ୁଆରେ ତ୍ରିିପୁରା ମନ୍ତ୍ରୀ : ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମହିଳା ମନ୍ତ୍ରୀଙ୍କୁ ଅଶାଳୀନ ଢ଼ଙ୍ଗରେ ଛୁଇଁବା ଅଭିଯୋଗ, ଭିଡିଓ ଭାଇରାଲ୍

ବିଜେପି କହିଲା ଭିଡିଓ ନକଲି, ଦଳ ବିରୋଧରେ ଷଡ଼ଯନ୍ତ୍ର

ଅଗରତାଲା:  ତ୍ରିିପୁରାରେ ଖେଳ ଓ ଯୁବ ବ୍ୟାପାର ମନ୍ତ୍ରୀ ମନୋଜ କାନ୍ତି ଦେବଙ୍କ ଅଡ଼ୁଆ ବଢ଼ିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମରେ ତାଙ୍କ ଉପରେ ସାମାଜିକ କଲ୍ୟାଣ ମନ୍ତ୍ରୀ ସାନ୍ତନା ଚକମାଙ୍କୁ ଅଶାଳୀନ ଢ଼ଙ୍ଗରେ ଛୁଇଁବାର ଅଭିଯୋଗ ଆସିଛି । ଏହି ଘଟଣା ସହିତ ଜଡିତ ଏକ ଭିଡିଓ ମଧ୍ୟ ସାମନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓ କ୍ଲିପ୍ ଆଧାରରେ ଖେଳ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଅଣାଯାଇଛି।

ତେବେ ମହିଳା ମନ୍ତ୍ରୀଙ୍କ ପାଖରୁ ଏ ବାବଦରେ କୌଣସି ପ୍ରତିକ୍ରିୟା ଆସିନି । ଅନ୍ୟପକ୍ଷରେ ଭାରତରୀୟ ଜନତା ପାର୍ଟି କଥିତ ଭାଇରାଲ ଭିଡିଓକୁ ନକଲି  କହିଛି । ତ୍ରିପୁରା ବିଜେପି ତରଫରୁ କୁହାଯାଇଛି କି, ଏହା ବିରୋଧୀ ଦଳ ପକ୍ଷରୁ କରାଯାଉଥିବା ଅପପ୍ରଚାରା ଅଂଶବିଶେଷ । ଭିଡିଓରେ ବ୍ୟତିକ୍ରମ ରହିଛି ବୋଲି ଦାବି କରିଛନ୍ତି ମନୋଜ କାନ୍ତି ଦେବ।

ରାଜ୍ୟ ବିଜେପି ମିଡିଆ ସେଲର ପ୍ରଭାରୀ ଭିକ୍ଟର ସୋମ କହିଛନ୍ତି, ‘ଏହା ଏକ ଷଡଯନ୍ତ୍ର, ଯାହାକୁ ବିରୋଧୀ ଆମର ଛବି ଖରାପ କରିବା ପାଇଁ ରଚିଛନ୍ତି । ମୁଁ ପୂରା ଭିଡିଓ ଦେଖିଛି ଏବଂ ମତେ ସେଥିରେ କିଛି ଖରାପ ନଜର ଆସିଲାନି । ଭିଡିଓକୁ ଏଡିଟ୍ କରାଯାଇଛି… ଯଦି ବିବାଦୀୟ ଘଟଣା ପୂର୍ବର ଫୁଟେଜକୁ  ଧ୍ୟାନ ଦେଇ ଦେଖିବେ, ତେବେ ସ୍ଥିତି ସ୍ପଷ୍ଟ ହେବ।’

ପ୍ରଧାନମନ୍ତ୍ରୀ ମୋଦି ନିଜର ୩ ଦିନିଆ ଉତ୍ତରପୂର୍ବ ରାଜ୍ୟ  ଗସ୍ତରେ ତ୍ରିପୁରା ଯାଇଥିଲେ । ସେହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାକୁ ଯାଇଥିଲେ। ଏକ ସଭା ମଞ୍ଚରେ ଖେଳ ଓ ଯୁବ ବ୍ୟାପାର ମନ୍ତ୍ରୀ ମନୋଜ କାନ୍ତି ଦେବ ତ୍ରିପୁରା କ୍ୟାବିନେଟର ଏକମାତ୍ର ମହିଳା ମନ୍ତ୍ରୀ ସାନ୍ତନା ଚକମାଙ୍କୁ ଅଶାଳୀନ ଢ଼ଙ୍ଗରେ ଛୁଇଁବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର