‘ମିଶନ ମଙ୍ଗଲ’ ନୁହେଁ ‘ମଙ୍ଗଲ ମହିଳା ମଣ୍ଡଲ’ ଥିଲା ଫିଲ୍ମର ନାଁ, ପରେ ଏଭଳି ବଦଳି ଯାଇଥିଲା ଫିଲ୍ମର ଟାଇଟେଲ

ମୁମ୍ବାଇ : ବଲିଉଡ୍‌ ଫିଲ୍ମ ‘ମିଶନ ମଙ୍ଗଲ’କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ଫିଲ୍ମର ଟ୍ରେଲର ରିଲିଜ୍‌ ପରେ ଫିଲ୍ମ ଦେଖିବାକୁ ଲୋକମାନଙ୍କ ମନରେ ଉତ୍ସାହ ବଢ଼ି ଯାଇଥିବା ଦେଖାଯାଇଛି । ମୁଖ୍ୟ ଭୂମିକାରେ ଅକ୍ଷୟ କୁମାରଙ୍କ ସମେତ ତାପ୍‌ସୀ ପନ୍ନୁ, ସୋନାକ୍ଷୀ ସିହ୍ନା, ବିଦ୍ୟା ବାଲାନ ଇତ୍ୟାଦିଙ୍କୁ ଦର୍ଶକେ ଦେଖିବାକୁ ପାଇବେ । ତେବେ ଫିଲ୍ମ ରିଲିଜ୍‌ ପୂର୍ବରୁ ଏହାର ଶ୍ରୀର୍ଷକକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଫିଲ୍ମର ନାଁ ପୂର୍ବରୁ ‘ମିଶନ ମଙ୍ଗଲ’ ନଥିଲା ବୋଲି ଜଣା ପଡ଼ିଛି । ପୂର୍ବରୁ ଏହାର ନାଁ ଥିଲା ‘ମଙ୍ଗଲ ମହିଲା ମଣ୍ଡଲ’ । ଯାହାକୁ ପରେ ବଦଳାଇ ‘ମିଶନ ମଙ୍ଗଲ’ କରାଯାଇଥିଲା ।

Image result for mission mangal
India Today

ଏକ ପ୍ରମୋସନାଲ ଇଭେଣ୍ଟରେ ଅକ୍ଷୟ କୁମାର ଏହାର ଖୁଲାସା କରିଥିଲେ । ତାଙ୍କ ଅନୁଯାୟୀ, ପୂର୍ବରୁ ଫିଲ୍ମର ନାଁ ‘ମଙ୍ଗଲ ମହିଲା ମଣ୍ଡଲ’ ଥିଲା । କିନ୍ତୁ ଫିଲ୍ମରେ ମୁଁ, ଶର୍‌ମନ ଯୋଶୀ ଓ ଅନ୍ୟ ପୁରୁଷ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବାରୁ ଫିଲ୍ମର ନାଁ ‘ମିଶନ ମଙ୍ଗଲ’ ରଖା ଯାଇଥିଲା ବୋଲି କହିଥିଲେ ଅକ୍ଷୟ କୁମାର ।

ସମ୍ବନ୍ଧିତ ଖବର