ମୁମ୍ବାଇ: ବଲିଉଡର ହଟ୍ ହିରୋଇନ୍ କାଟ୍ରିନା କୈଫ ଲଗାତର ହିଟ୍ ସିନେମା ଦେଇ ଚାଲିଛନ୍ତି। ଖାଲି ସେତିକି ନୁହେଁ ତାଙ୍କୁ ତିନି ସୁପର ଖାନ୍ ଅମୀର୍, ଶାହରୁଖ୍ ଓ ସଲମାନ୍ଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ବି ମିଳିଛି । ହେଲେ ଆପଣ ଜାଣନ୍ତି କି ସେ ତାଙ୍କ କ୍ୟାରିଅରରେ ମସ୍ତବଡ ଭୁଲ୍ କରିଛନ୍ତି । ଖାସ୍ କରି ସେ ଏଭଳି କେତୋଟି କେତୋଟି ଫିଲ୍ମ ଛାଡି ସେ ଅନୁତାପ କରିଥିଲେ କାରଣ , ଯେଉଁ ଫିଲ୍ମଗୁଡିକ ସେ ହାତଛଡ଼ା କରିଥିଲେ ସେଗୁଡିକ ରିଲିଜ୍ହେବା ପରେ ବ୍ଲକବଷ୍ଟର ହୋଇଛି ଏବଂ ସେଥିରେ ଅଭିନୟ କରି ଅନ୍ୟ ନାୟିକା ନିଜର ଓଜନ ବଢ଼ାଇଛନ୍ତି।
କାଟ୍ରିନା କୈଫ୍ଙ୍କୁ ନିର୍ଦ୍ଦେଶକ ଅନୁରାଗ ବସୁ ‘ ବର୍ଫି’ରେ ଶ୍ରୁତି ଘୋଷ ସେନଗୁପ୍ତା ଭୂମିକାଟି ଅଫର କରିଥିଲେ । କିନ୍ତୁ ସ୍କ୍ରିପ୍ଟ ପସନ୍ଦ ନହେବାରୁ ତାକୁ ହାତଛଡ଼ା କରିଥିଲେ । ପରେ ସେହି ଭୂମିକାରୁ ଇଲିଆନା ଡିକ୍ରୁଜ୍ ବଲିଉଡରେ ଏଣ୍ଟ୍ରି ନେଇଥିଲେ । ଠିକ୍ ସେହିପରି ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ‘ ବାଜୀରାଓ ମସ୍ତାନୀ’ରେ ପ୍ରିୟଙ୍କା ଚୋପ୍ରା କରିଥିବା କାଶୀବାଇ ଭୂମିକାଟି ପ୍ରଥମେ ମିଳିଥିଲା କାଟ୍ରିନାଙ୍କୁ, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।
/sambad/media/post_attachments/wp-content/uploads/2018/02/salman-katrina-zee-news-300x169.jpg)
ଅପରପକ୍ଷରେ ନିର୍ଦ୍ଦେଶକ ରୋହିତ ସେଟ୍ଟି ସୁପରହିଟ୍ ଫିଲ୍ମ ‘ ଚେନ୍ନାଇ ଏକ୍ସପ୍ରେସ୍ ’ରେ ପ୍ରଥମେ ଶାହାରୁଖ୍ ଖାନଙ୍କ ଅପୋଜିଟ୍ରେ କାଟ୍ରିନା କୈଫ୍ଙ୍କୁ ନେବାକୁ ମନସ୍ଥ କରିଥିଲେ । କାଟ୍ରିନାଙ୍କୁ ଅଫର୍ ମଧ୍ୟ ମିଳିଥିଲା, କିନ୍ତୁ ସେ ରାଜି ହୋଇ ନଥିଲେ । ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ‘ ୟେ ଜଓ୍ଵାନି ହେ ଦିଓ୍ଵାନି’ରେ ଦୀପିକା ପାଦୁକୋନଙ୍କ ପୂର୍ବରୁ କାଟ୍ରିନା କୈଫଙ୍କୁ ନୈନା ତଲଓ୍ଵାର ଭୂମିକାଟି ଅଫର କରିଥିଲେ, ହେଲେ କାଟ୍ରିନା ମନା କରିଥିଲେ । ଅଜୟ ଦେବଗନଙ୍କ ବିପକ୍ଷରେ ‘ ସିଙ୍ଘମ୍’ର କାତ୍ୟା ଭୋସଲେ ଚରିତ୍ରଟି ପାଇଁ ଅଫର୍ ଦିଆଯାଇଥିଲା କାଟ୍ରିନା କୈଫଙ୍କୁ, ମାତ୍ର ସେ ରାଜି ନ ହେବାରୁ କାଜଲ ଅଗ୍ରଓ୍ଵାଲଙ୍କୁ ନିଆଯାଇଥିଲା । ଠିକ୍ ସେହିପରି ‘ଗୁଣ୍ଡେ’ରେ ପ୍ରିୟଙ୍କା ଚୋପ୍ରା କରିଥିବା ଭୂମିକା ଲାଗି ପ୍ରଥମ ପସନ୍ଦ ଥିଲେ କାଟ୍ରିନା କୈଫ । ହେଲେ ସେ ରାଜି ହୋଇ ନଥିଲେ ।