ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଛୁଇଁବ ମୌସୁମୀ । ଆଗାମୀ ସାତ ଦିନ ଭିତରେ ମୌସୁମୀ ଦକ୍ଷିଣ ଆଣ୍ଡାମାନ ଛୁଇଁବ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପକୂଳ ମୌସୁମୀ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।
ତେବେ ଆସନ୍ତା ସପ୍ତାହ ଅର୍ଥାତ ୧୩ ତାରିଖ ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ନିକୋବର ଦ୍ୱୀପପୁଞ୍ଜର କିଛି ଅଂଶରେ ପ୍ରବେଶ କରିବ । ଯାହାର ପ୍ରଭାବରେ ମେ’ ୨୨ ତାରିଖ ସୁଦ୍ଧା ହାଲୁକା ବର୍ଷା ହେବା ନେଇ ଆକଳନ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/06/z0XorngLva35HLf7xWXc.jpg)