ଘୋଷଣା ହେବାର କିଛି ସେକେଣ୍ଡ ପରେ ମିସେସ ଶ୍ରୀଲଙ୍କା ଜିତିଥିବା ବିଜୟିନୀଙ୍କ ମୁଣ୍ଡରୁ ମୁକୁଟ କାଢ଼ିନେଲେ ପୂର୍ବତନ ମିସେସ ଶ୍ରୀଲଙ୍କା

ନୂଆଦିଲ୍ଲୀ: ଘୋଷଣା କରିବାର କିଛି ସେକେଣ୍ଡ ପରେ ମିସେସ ଶ୍ରୀଲଙ୍କା ଜିତିଥିବା ବିଜୟିନୀଙ୍କ ମୁଣ୍ଡରୁ ମୁକୁଟ କାଢ଼ିନେଲେ ପୂର୍ବତନ ମିସେସ ଶ୍ରୀଲଙ୍କା। ଏହି ଘଟଣା ଘଟିବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି। ଜଣଙ୍କୁ ବିଜୟିନୀ ବୋଲି ଘୋଷଣା କରିବା ପରେ କାହିଁକି ତାଙ୍କ ମୁଣ୍ଡରୁ ମୁକୁଟ କାଢ଼ିନିଆଗଲା ସେ ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଥିବା ବେଳେ ଭିଡିଓ ଦେଖିବା ପରେ ତାହାର ଉତ୍ତର ମିଳିଛି।

ଭାଇରାଲ ହେଉଥିବା ଭିଡିଓ ଅନୁସାରେ, ରବିବାର ଦିନ ପୁଷ୍ପିକା ଦେ ସିଲଭା ମିସେସ ଶ୍ରୀଲଙ୍କା ହେବା ସହ ମୁକୁଟ ପିନ୍ଧିଥିଲେ। କିନ୍ତୁ କିଛି ସମୟ ପରେ ତାଙ୍କ ମୁକୁଟ କାଢ଼ିନେଇଥିଲେ ୨୦୧୯ର ମିସେସ ଶ୍ରୀଲଙ୍କା କାରୋଲିନ ଜୁରୀ। କିଛି ସେକେଣ୍ଡ ପୂର୍ବରୁ ୨୦୧୯ର ମିସେସ ଶ୍ରୀଲଙ୍କା କାରୋଲିନ ଜୁରୀ ହିଁ ପୁଷ୍ପିକା ଦେ ସିଲଭାଙ୍କୁ ମୁକୁଟ ପିନ୍ଧାଇଥିଲେ। କିନ୍ତୁ ପରେ ପୁଷ୍ପିକା ଦେ ସିଲଭା ନିଜ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇଥିବା ଜଣାପଡ଼ିବାରୁ ମିସେସ ଶ୍ରୀଲଙ୍କା ମୁକୁଟ ପାଇଁ ସେ ଅଯୋଗ୍ୟ ବୋଲି ଘୋଷଣା କରାଯାଇଥିଲା। କାରଣ କେବଳ ବିବାହିତ ମହିଳାମାନେ ମିସେସ ଶ୍ରୀଲଙ୍କାର ଆଖ୍ୟା ପାଇପାରିବେ। ତେବେ ପୁଷ୍ପିକା ଦେ ସିଲଭା ମୁକୁଟ ପାଇଁ ଅଯୋଗ୍ୟ ହେବା ପରେ ପ୍ରଥମ ରନର-ଅପଙ୍କୁ ଏହି ମୁକକୁଟ ପିନ୍ଧାଯାଇଥିଲା।

ସମ୍ବନ୍ଧିତ ଖବର