ନୂଆଦିଲ୍ଲୀ: ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନି। ସବୁବେଳେ ନିଜ ପେସାଦାର ଓ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଧୋନି ଏବେ କିଣିଥିବା ଗାଡ଼ିକୁ ନେଇ ଚର୍ଚ୍ଚାରେ। ବିଳାସପୂର୍ଣ୍ଣ ଗାଡ଼ି ପ୍ରତି ଧୋନିଙ୍କ ଭଲପାଇବା କେତେ, ତାହା ସମସ୍ତେ ଜାଣନ୍ତି। ଗାଡ଼ି ପ୍ରତି ଥିବା ତାଙ୍କର ଏଭଳି ଭଲପାଇବା ପାଇଁ ସେ ଏବେ ଏକ ଭିଣ୍ଟେଜ ଲ୍ୟାଣ୍ଡ ରୋଭର-୩ କିଣିଛନ୍ତି। ଧୋନି ଡିସେମ୍ବର ୧୯, ୨୦୨୧ରେ ଅନୁଷ୍ଠିତ ହୋଇଥିବା ଭିଣ୍ଟେଜ୍ ଏବଂ କ୍ଲାସିକ୍ କାରଗୁଡିକର ଅନଲାଇନ୍ ନିଲାମିରେ ଭାଗ ନେଇ ଏହି କାର୍ କିଣିଥିବା ଜଣାପଡ଼ିଛି। ଏହି ନିଲାମକୁ 'ବିଗ୍ ବଏ ଟଏଜ୍' ଦ୍ୱାରା ଆୟୋଜନ କରାଯାଇଥିବା ବେଳେ ନିଲାମ ୧ଟଙ୍କାରୁ ଆରମ୍ଭ ହୋଇଥିଲା। ପରେ ଏହା ୧ଟଙ୍କାରୁ ଆରମ୍ଭ ହୋଇ ୨୫ଲକ୍ଷ ଟଙ୍କାରେ ପହଞ୍ଚିଥିଲା ବୋଲି ଜଣାପଡ଼ିଛି।
ତେବେ ଏହି ନିଲାମରେ ବିଗ୍ ବଏ ଟଏଜ୍ ୧୯ଟି ସ୍ୱତନ୍ତ୍ର କାର୍ ଉପଲବ୍ଧ କରିଥିଲା, ଯେଉଁଥିରେ ରୋଲ୍ସ ରୋଏସ୍, କ୍ୟାଡିଲାକ୍, ବ୍ୟୁକ୍, ସେଭ୍ରୋଲେ, ଲ୍ୟାଣ୍ଡ୍ ରୋଭର, ଅସ୍ଟିନ୍, ମର୍ସିଡିଜ୍-ବେଞ୍ଜ୍ ଏବଂ ଅନ୍ୟାନ୍ୟ କମ୍ପାନିଗୁଡିକର କାର୍ ଅନ୍ତର୍ଭୁକ୍ତ ହୋଇଥିଲା। କିନ୍ତୁ, ଏମଏସ ଧୋନି ଭିଣ୍ଟେଜ କାର କ୍ଲାସିକ୍ ଲ୍ୟାଣ୍ଡ ରୋଭର-୩ର ନିଲାମି ଜିତି କାରକୁ ନିଜ ନାଁରେ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/ସ-73.jpg)