ଯମଜ ସନ୍ତାନକୁ ଜନ୍ମ ଦେବା ପରେ କରୋନା ଆକ୍ରାନ୍ତ ହେଲେ ହିନ୍ଦୁ ମହିଳା, ସୋସିଆଲ ମିଡିଆ ପୋଷ୍ଟ ଦେଖି ନବଜାତଙ୍କ ଯତ୍ନ ନେବା ପାଇଁ ପହଞ୍ଚିଲେ ମୁସଲିମ୍ ମହିଳା

କୋଲକାତା: ହିନ୍ଦୁ-ମୁସଲିମ୍ ଧର୍ମର ଲୋକମାନଙ୍କ ମଧ୍ୟରେ ଅନେକ ବର୍ଷ ତଳୁ ମତାନ୍ତର ରହି ଆସିଛି। ଏ ନେଇ ଅନେକ ସ୍ଥାନରେ ସଂଘର୍ଷ ହେବା ସହ ଅନେକ ଲୋକଙ୍କ ରକ୍ତ ମଧ୍ୟ ବୋହିଛି। କିନ୍ତୁ ଏ ସବୁ ମଧ୍ୟରେ ଦୁଇ ଧର୍ମର ସବୁ ଲୋକ ସମାନ ନୁହନ୍ତି ଏବଂ ଗୋଟେ ସ୍ଥାନରେ ବା ଦେଶରେ ଦୁଇ ଧର୍ମର ଲୋକ ପରସ୍ପର ସହ ଶାନ୍ତିପୂର୍ଣ୍ଣ ଭାବେ ରହିପାରିବାର ଅନେକ ଉଦାହରଣ ସାମ୍ନାକୁ ଆସିଛି। କୋଲକାତାରେ ଏବେ ସେଭଳି ଏକ ଘଟଣା ଘଟିଛି। ଯମଜ ସନ୍ତାନକୁ ଜନ୍ମ ଦେବା ପରେ ଜଣେ ହିନ୍ଦୁ ମହିଳା କରୋନା ଆକ୍ରାନ୍ତ ହୋଇଥିଲେ। ଏହା ପରେ ପରେ ତାଙ୍କୁ ତୁରନ୍ତ ସଙ୍ଗରୋଧ କେନ୍ଦ୍ରକୁ ନିଆଯାଇଥିଲା। ତେବେ ସଂକ୍ରମଣର ଆଶଙ୍କା ଥିବାରୁ ନବଜାତଙ୍କଠାରୁ ମହିଳାଙ୍କୁ ଦୂରରେ ରହିବା ପାଇଁ କୁହାଯାଇଥିଲା। ଯତ୍ନ ନେବା ପାଇଁ କେହି ନଥିବା ବେଳେ ଯତ୍ନ ନେବା ପାଇଁ ଜଣେ ମୁସଲିମ୍ ମହିଳା ୪୦କିଲୋମିଟର ଯାତ୍ରା କୋଲକାତାର ଦମ୍ ଦମରେ ପହଞ୍ଚିଥିବା ଜଣା ପଡ଼ିଛି।

ହିନ୍ଦୁ ମହିଳାଙ୍କ ପରିବାରର ଜଣେ ସଦସ୍ୟ ଘଟଣା ବିଷୟରେ ଜଣାଇ ସୋସିଆଲ ମିଡିଆରେ ସାହାଯ୍ୟ ମାଗିଥିଲେ। ସୋସିଆଲ ମିଡିଆ ପୋଷ୍ଟ ଦେଖି ମୁସଲିମ ମହିଳା ଫିରଦୌସ ମୁନ୍ ଦମ୍ ଦମରେ ପହଞ୍ଚିଥିବା ଜଣା ପଡ଼ିଛି। “ମୁଁ ଲୋକମାନଙ୍କୁ ସେମାନଙ୍କର ଧର୍ମ ଦ୍ୱାରା ବିଚାର କରେ ନାହିଁ। ମୁଁ ଧର୍ମରେ ବିଶ୍ୱାସ କରେ ନାହିଁ। ମୁଁ କେବଳ ମାନବିକତା ଉପରେ ବିଶ୍ୱାସ କରେ। ମୁଁ ଯାହା ବି କରିଛି, ମାନବିକତା ଦୃଷ୍ଟିରୁ କରିଛି। ଯେତେବେଳେ ମୁଁ ଫେସବୁକରେ ଏହି ପୋଷ୍ଟ ଦେଖିଲି, ମୁଁ ଅନୁଭବ କଲି ଯେ ଶିଶୁମାନେ ମା’ର ଯତ୍ନ ଆବଶ୍ୟକ କରନ୍ତି | ମୋର ପିତାମାତା ମୋର ନିଷ୍ପତ୍ତିକୁ ବିରୋଧ କରିଥିଲେ। ଜଣେ କରୋନା ଆକ୍ରାନ୍ତଙ୍କ ଘରକୁ ଯିବାକୁ ମୁଁ ଚାହୁଥିବାରୁ ସେମାନେ ମୋର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇ ମୋତେ ପ୍ରଥମେ ଦମ ଦମ ଆସିବାକୁ ମନା କରିଥିଲେ। କିନ୍ତୁ ମୁଁ ମୋ ହୃଦୟ କଥା ଶୁଣି ରବିବାର ପାଇଲାନରୁ ବାହାରିଥିଲି ବୋଲି କହିଛନ୍ତି ଫିରଦୌସ ମୁନ୍।

What Does It Mean If Your Baby's Feet Are Cold? Here's What You ...
Romper

ଶିଶୁମାନଙ୍କ ଯତ୍ନ ନେବାରେ କୌଣସି ଅଭିଜ୍ଞତା ନଥିଲେ ମଧ୍ୟ ସେ ତିନି ଦିନ ଧରି ଯମଜ ଶିଶୁଙ୍କ ଯତ୍ନ ନେଇଥିଲେ। ବର୍ତ୍ତମାନ ସେ ପ୍ରତି ତିନି ଘଣ୍ଟାରେ ଥରେ ସେମାନଙ୍କୁ ଖାଇବାକୁ ଦେଉଛନ୍ତି ଏବଂ ସେମାନଙ୍କର ସବୁ ଯତ୍ନ ନେଉଥିବା ଜଣା ପଡ଼ିଛି |

ସମ୍ବନ୍ଧିତ ଖବର