ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲା: ଦିଲ୍ଲୀକୁ ସ୍ଥାନାନ୍ତର ହେଲା ମାମଲା

ପାଟନା: ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲାରେ ଆଜି ସୁପ୍ରିମକୋର୍ଟ ବିହାର ସରକାରଙ୍କ ଉପରେ ପ୍ରବଳ ‌ବେଗରେ ବର୍ଷିଛନ୍ତି। ବିହାର ସରକାର ରାଜ୍ୟରେ ଥିବା ସମସ୍ତ ଆଶ୍ରୟସ୍ଥଳ ଗୁଡ଼ିକ ବାବଦରେ କୋର୍ଟରେ ଦାଖଲ କରିଥିବା ଷ୍ଟାଟସ୍‌ ରିପୋର୍ଟରେ ସମ୍ପୂର୍ଣ୍ଣ ସୂଚନା ନଥିବାରୁ କୋର୍ଟ ଆଜି ଏନେଇ ବିହାର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଦିଲ୍ଲୀର ସାକେତ୍‌ ପୋକ୍ସ କୋର୍ଟକୁ ଉକ୍ତ ମାମଲା ସ୍ଥାନାନ୍ତର କରିଦେଇଛନ୍ତି। ମାମଲାର ଶୁଣାଣି ୬ ମାସ ମଧ୍ୟରେ ହିଁ ଶେଷ କରିବାପାଇଁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଆଜି ବିହାର ସରକାରଙ୍କ ଉପରେ କଡ଼ା ଆଭିମୁଖ୍ୟ ପୋଷଣ କରି କହିଛନ୍ତି ଯେ ବହୁତ ହୋଇଗଲା। ରାଜ୍ୟରେ ଥିବା ସମୁଦାୟ ୧୨୦ଟି ଆଶ୍ରୟସ୍ଥଳ ବାବଦରେ ଆମକୁ ସମ୍ପୂର୍ଣ୍ଣ ସୂଚନା ଦିଅ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଆଶ୍ରୟସ୍ଥଳ ଗୁଡ଼ିକୁ କିଭଳି ସହାୟତା ମିଳୁଛି ସେନେଇ ବିସ୍ତୃତ ବିବରଣୀ ରଖିବାପାଇଁ ପ୍ରଧାନ ବିଚାରପତି ରଂଜନ ଗୋଗଇ କହିଛନ୍ତି।

ସମ୍ବନ୍ଧିତ ଖବର