ମୁମ୍ବାଇ: ବଲିଉଡର ଖ୍ୟାତନାମା ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ଅଜୟ ଦେବଗନ୍ ଏବେ ଏକ ଟେଲି ସିରିଏଲ୍ ନିର୍ମାଣ କରିବାକୁ ଯାଉଛନ୍ତି। ଏହାର କଥାବସ୍ତୁ ଯୋଗ ଗୁରୁ ବାବା ରାମଦେବଙ୍କ ଜୀବନୀ ଉପରେ ଆଧାରିତ ବୋଲି ଜଣାଯାଇଛି। ଏଥିରେ କିଏ ବୟସ୍କ ବାବା ରାମଦେବଙ୍କ ଭୂମିକାରେ ଅଭିନୟ କରିବେ ତାହା ଏଯାବତ୍ ଜଣାପଡ଼ି ନଥିଲେ ହେଁ କିଏ ତାଙ୍କର କିଶୋର ବୟସର ଭୂମିକାରେ ଅବତୀର୍ଣ୍ଣ ହେବେ ତାହା ସ୍ପଷ୍ଟ ହୋଇ ଯାଇଛି। ହଁ ଜଣେ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଶିଶୁ କଳାକାର ଏହି ଭୂମିକାରେ ଅଭିନୟ କରିବେ। ସେ ହେଲେ ନମନ୍ ଜୈନ୍। ଏହି ଶିଶୁ କଳାକାର ପୂର୍ବରୁ ଚିଲ୍ଲର ପାର୍ଟି,ବମ୍ବେ ଟକିଜ୍ ଏବଂ ରାଁଝନା ଆଦି ସିନେମାରେ ବଳିଷ୍ଠ ଅଭିନୟ କରି ଚର୍ଚ୍ଚିତ ହୋଇଛନ୍ତି।
/sambad/media/post_attachments/wp-content/uploads/2017/12/naman-jain-baba-ramdev-timesnow-300x211.jpg)
ନିର୍ମାତା ଅଜୟ ଦେବଗନ୍ ନମନଙ୍କ ଅଭିନୟ ପ୍ରତିଭାରେ ପ୍ରଭାବିତ ହୋଇ ଏହି ରୋଲ ଦେଇଛନ୍ତି। ସେ କହିଛନ୍ତି ଯେ ଏଥିରେ ରାମକିଶନ୍ ଭୂମିକାକୁ ସୁଚାରୁରୂପେ ନିର୍ବାହ କରିବେ ନମନ୍। ଏହି ମେଗା ଧାରାବାହିକର ଟାଇଟଲ ରହିଛି ‘ସ୍ୱାମୀ ରାମଦେବ-ଏକ୍ ସଂଘର୍ଷ’ । ଏହାର ନିର୍ଦ୍ଦେଶନା ଦେଉଛନ୍ତି କୁଶଲ ଜାଭେରୀ।‘ସ୍ୱାମୀ ରାମଦେବ-ଏକ୍ ସଂଘର୍ଷ’ ଏକ ନୂଆ ଚାନେଲ ଡିସ୍କଭରି ଜିତ୍ ରେ ପ୍ରସାରିତ ହେବ। ଏହା ମୋଟ୍ ୬୫ ଅଧ୍ୟାୟ ବିଶିଷ୍ଟ ହେବ ବୋଲି ଜଣାଯାଇଛି।