ଭଗବାନ ଶ୍ରୀକୃଷ୍ଣଙ୍କ ରାସେଶ୍ୱରୀ ହେଉଛନ୍ତି  ଭଗବତୀ ଶ୍ରୀରାଧା ।  ଶ୍ରୀକୃଷ୍ଣଙ୍କ ପ୍ରାଣରୁ ହିଁ ତାଙ୍କର ଆବିର୍ଭାବ ହୋଇଥିଲା । ଭଗବାନ ଶ୍ରୀକୃଷ୍ଣ ତାଙ୍କର ନିତ୍ୟ ଆରାଧନା କରନ୍ତି ବୋଲି ନାମ ହେଲା ‘ରାଧା’ । ଶ୍ରୀରାଧା ମଧ୍ୟ ଶ୍ରୀକୃଷ୍ଣଙ୍କୁ ସମ୍ୟକ୍‌ ରୂପରେ ଆରାଧନା କରନ୍ତି, ଏଥିପାଇଁ ସେ ହେଉଛନ୍ତି ରାଧିକା । ସେ ନିର୍ବାଣର ଦାନ କରିଥାନ୍ତି ବୋଲି ‘ ରାଧା’ ନାମରେ ପରିଚିତ  ହୋଇଥିଲେ ।

Advertisment

ନୃଗପୁତ୍ର ରାଜା ସୁଚନ୍ଦ ଏବଂ ପିତରୋଙ୍କ ମାନସୀ କନ୍ୟା କଳାବତୀଙ୍କର ବୃଷଭାନୁ ଗୋପ ଓ କୀର୍ତ୍ତି ଦା ଯୋଗୀ ରୂପରେ ପୁନର୍ଜନ୍ମ ହୋଇଥିଲ। ଯଥା ସମୟରେ ସେ ଦୁହିଁକର ବିବାହ ହୋଇ ପୁନର୍ମିଳନ ଘଟିଥିଲା । ବୃଷଭାନୁ ଗୋପ ଏବଂ କୀର୍ତ୍ତି ଦା  ପୂର୍ବ ଜନ୍ମରେ ପତି-ପତ୍ନୀ ରୂପେ ଦିବ୍ୟ ଦ୍ୱାଦଶ ବର୍ଷ ଯାଏଁ ତପଶ୍ଚାରଣ କରି ସୃଷ୍ଟି କର୍ତ୍ତା ବ୍ରହ୍ମାକୁ ପ୍ରସନ୍ନ  କରିଥିଲେ । ଏଥିପାଇଁ ବ୍ରହ୍ମା ଉଭୟଙ୍କୁ ବରଦାନ ଦେଇଥିଲେ ଯେ ଦ୍ୱାପର ଯୁଗରେ ଅନ୍ତରେ ଶ୍ରୀକୃଷ୍ଣଙ୍କ ଆଦିଶକ୍ତି ଶ୍ରୀରାଧା ତୁମ ଦୁହିଁଙ୍କର କନ୍ୟା ହେବେ । ଏହିପରି ଭାବେ ଦ୍ୱାପର ଯୁଗର ଶେଷ ସମୟରେ ଯୋଗମାୟା  ରାସେଶ୍ୱରୀ ଶ୍ରୀରାଧା ଙ୍କ ପାଇଁ ଉପଯୁକ୍ତ କ୍ଷେତ୍ର  ରଚନା କରିଲେ । ଧୀରେଧୀରେ ସେହି ସମୟ ଆସି ଉପସ୍ଥିତ ହେଲା ।  କୀର୍ତ୍ତିଦା ରାଣୀଙ୍କ ଅଙ୍ଗ ହଳଦିଆ ରଙ୍ଗ ପଡିଗଲା । ଗର୍ଭର୍ର ଅନ୍ୟାନ୍ୟ ଲକ୍ଷଣ ମଧ୍ୟ ଦେଖା ଦେଲା । ତା’ପରେ  ଚାରିଆଡ଼େ ପ୍ରଚାରିତ ହେଲା ଯେ ରାଣୀ ଗର୍ଭବତୀ । ସମସ୍ତେ ଉତ୍କଣ୍ଠାପୂର୍ବକ ସନ୍ତାନର ପ୍ରତୀକ୍ଷା କରିଲେ ।

publive-image

ଭାଦ୍ରବ ଶୁକ୍ଳ ଅଷ୍ଟମୀ ଦିନ ସୋମବାର ମଧ୍ୟାହ୍ନରେ କୀର୍ତ୍ତିଦା ରାଣୀଙ୍କ ପ୍ରସୂତି ଗୃହରେ ଅକସ୍ମାତ୍‌ ଏକ ଦିବ୍ୟଜ୍ୟୋତି ଦୃଷ୍ଟି ଗୋଚର ହେଲା । ସେହି ତୀବ୍ର ଜ୍ୟୋତି ସମସ୍ତଙ୍କ ଆଖି ବୁଜିଦେଲା । ଯେତେବେଳେ ଗୋପସୁନ୍ଦରୀ ମାନେ ଆଖି ଖୋଲିଲେ, ସେତେବେଳେ ସେମାନେ  ଦେଖିଲେ- ସହସ୍ର ଶରତ୍‌ଚନ୍ଦ୍ରଙ୍କ କାନ୍ତି ଯୁକ୍ତ ଏକ ବାଳିକା କୀର୍ତ୍ତିଦାଙ୍କ ପାଖରେ ଉପସ୍ଥିତ । କନ୍ୟା ସନ୍ତାନ ଳାଭ  କରି ରାଣୀ ଖୁସିରେ ଆତ୍ମହରା ହୋଇ ଉଠିଲେ ଏବଂ ସେ ମନେମନେ ଏକ ଲକ୍ଷ ଗୋଦାନ କରିବାର ସଂକଳ୍ପ କରିଲେ । ଗୋଲୋକ ବିହାରୀ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବରେ ପ୍ରକୃତିର ଯେଉଁ ପ୍ରୀତିଧାରା ପ୍ରବାହିତ ହୋଇଥିିଲା, ତାହାର ଦ୍ୱିଗୁଣ ଧାରା ପ୍ରବାହିତ ହୋଇଥିଲା, ସେହି ଦିନ ହିଁ   ରାସେଶ୍ୱରୀ ଭୂମିଷ୍ଠ  ହେଲେ । ବାଳିକାର ନାମକରଣ  ସଂସ୍କାର କରାଗଲା ଏବଂ ‘ରାଧା’ ନାମ ପ୍ରଦାନ କରାଗଲା ।