ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ନୂଆ ୧୬,୩୭୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୦୧ ଜଣଙ୍କର ମୃତ୍ୟୁ ଘଟିଛି।
India reports 16,375 new COVID-19 cases, 29,091 recoveries, and 201 deaths in last 24 hours, as per Union Health Ministry
Total cases: 1,03,56,845
Active cases: 2,31,036
Total recoveries: 99,75,958
Death toll: 1,49,850 pic.twitter.com/FpHMvaqjDG
— ANI (@ANI) January 5, 2021
ନୂଆ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩ ଲକ୍ଷ ୫୬ ହଜାର ୮୪୫ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଦେଶରେ ଏବେ ବି ସକ୍ରିୟ ଅଛନ୍ତି ୨ ଲକ୍ଷ ୩୧ ହଜାର ୩୬ ଜଣ ଓ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୯ ହଜାର ୮୫୦ ଛୁଇଁଛି।
The total number of samples tested up to 4th January is 17,65,31,997 including 8,96,236 samples tested yesterday: ICMR
— ANI (@ANI) January 5, 2021
ଆଇସିଏମ୍ଆର୍ ରିପୋର୍ଟ ଅନୁଯାୟୀ ଦେଶରେ ଗତକାଲି ୮ ଲକ୍ଷ ୯୬ ହଜାର ୨୩୬ କରୋନା ନମୁନା ପରୀକ୍ଷଣ ହୋଇଥିବା ବେଳେ ଏବେ ସୁଦ୍ଧା ସମୁଦାୟ ୧୭ କୋଟି ୬୫ ଲକ୍ଷ ୩୧ ହଜାର ୯୯୭ ପରୀକ୍ଷଣ ହୋଇ ସାରିଲାଣି।