ଅକ୍ଟୋବରରେ ଯବାନଙ୍କୁ ସଲ୍ୟୁଟ କରିବାର ଭିଡିଓ ଭାଇରାଲ୍ ହେବା ପରେ ଲଦାଖର କୁନି ବାଳକକୁ ସମ୍ମାନିତ କଲା ଆଇଟିବିପି

ଲେହ: ବୟସ ମାତ୍ର ୫ ବର୍ଷ । ହେଲେ ସେନା ପୋଷାକରେ କରୁଛି ମାର୍ଚ ପାଷ୍ଟ, ଯବାନଙ୍କୁ କରୁଛି ସଲାମ । କୁନି ପିଲାର ଜୋସ୍ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁ ବୟସରେ ପିଲାମାନେ ଧୂଳି ଖେଳ ଛାଡିନଥାନ୍ତି, ସେହି ବୟସରେ ଭାରତୀୟ ସେନା ପ୍ରତି ଏତେ ସମ୍ମାନ ଏବଂ ଯବାନଙ୍କୁ ସଲ୍ୟୁଟ କରିବା ଦୃଶ୍ୟକୁ ନେଇ ଆଜି ସେ ଚର୍ଚ୍ଚାରେ । ଲଦାଖରେ ଭାରତୀୟ ଯବାନଙ୍କୁ ସଲ୍ୟୁଟ୍ କରୁଥିବା ଏହି କୁନି ବାଳକ ହେଉଛି ଚୁସୁଲ ଅଂଚଲର ନୱାଙ୍ଗ୍ ନାମଗ୍ୟାଲ । ଗତ ଅକ୍ଟୋବର ମାସରେ କୁନି ବାଳକ ଆଇଟିବିପି ଯବାନ ରାସ୍ତାରେ ଯାଉଥିବା ବେଳେ ସଲ୍ୟୁଟ୍ କରୁଥିବା ଭିଡିଓ ସାମ୍ନାକୁ ଆସିଥିଲା ।

ଶୀତ ପୋଷାକ ପିନ୍ଧି ଯବାନଙ୍କୁ ସଲ୍ୟୁଟ୍ କରିବା ଭିଡିଓ ବେଶ୍ ଭାଇରାଲ୍ ହୋଇଥିଲା । ବର୍ତ୍ତମାନ ସେହି କୁନି ବାଳକକୁ ଆଇଟିବିପି ପକ୍ଷରୁ ସମ୍ମାନିତ କରାଯାଇଛି । ଆଇଟିବିପି ପୋଷାକ ପିନ୍ଧି ନୱାଙ୍ଗ ପରେଡ୍ ମାର୍ଚ କରିବା ସହ ପୁଣି ସେନା ଯବାନଙ୍କୁ ସଲ୍ୟୁଟ କରୁଥିବା ଦେଖାଯାଇଛି । ଏହାର ଭିଡିଓକୁ ଆଇଟିବିପି ସେନା ପକ୍ଷରୁ ଟୁଇଟ୍ କରାଯାଇଛି । ଭିଡିଓ ସେୟାର କରାଯାଇ ଟୁଇଟରେ ଲେଖାଯାଇଛି କି, ସଲ୍ୟୁଟ, ‘ଏଲକେଜିରେ ପଢ଼ୁଥିବା ୫ବର୍ଷିୟ ନୱାଙ୍ଗ ନାମଗ୍ୟାଲ ଲଦାଖର ଏକ ସୀମାନ୍ତ ଗ୍ରାମରେ ଆଇଟିବିପି ଯବାନମାନଙ୍କୁ ଅଭିବାଦନ ଜଣାଉଛି।

ସମ୍ବନ୍ଧିତ ଖବର