ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବୋଡ଼ଗା ଜଙ୍ଗଲରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ବହୁ ନକ୍ସଲ ଆହତ ହୋଇଥିବା ଅନୁମାନ କରାଯାଉଛି। କ୍ରସ୍ ଫାୟରିଂରେ ରାଜେ ଓୟମା (୪୪) ନାମକ ଜଣେ ସ୍ଥାନୀୟ ମହିଳା ଆହତ ହୋଇଥିବା ସୂଚନା ମିଳିଛି। ଭେରମଗଡ଼ ମାଓ ସଙ୍ଗଠନର ସଦସ୍ୟ ବୋଡ଼ଗା ଜଙ୍ଗଲରେ କ୍ୟାମ୍ପ କରିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଖବର ପାଇ ଡିଆର୍ଜି ଯବାନ ଏବଂ ଏସ୍ଟିଏଫ୍ ଯବାନ ମିଳିତ ଭାବେ ବୋଡ଼ଗା, ତାକିଲୋଡ଼ ଏବଂ ଉସପାରୀ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେବାରୁ ଏକ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଗୁଳି ବିନିମୟ ହୋଇଥିଲା। ତେବେ ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଗୁଳି ବିନିମୟ ଚାଲିଥିବା ବେଳେ କୌଣସି କାମରେ ଜଙ୍ଗଲକୁ ଯାଇଥିବା ରାଜେ ଓୟମା ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଯବାନମାନେ ରାଜେଙ୍କୁ ଉଦ୍ଧାର କରି ଭେରମଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଜଗଦଲପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଚିକିତ୍ସା ସମୟରେ ରକ୍ତର ଆବଶ୍ୟକତା ପଡ଼ିବାରୁ ତୁରନ୍ତ ଯବାନମାନେ ରକ୍ତ ଦେଇଥିଲେ। ଗୁଳି ବିନିମୟ ପରେ ଯବାନମାନେ ସର୍ଚ୍ଚ ଅପରେସନରେ ବହୁ ମାଓ ସାମଗ୍ରୀ ଜବତ କରିଛନ୍ତି। ସମଗ୍ର ଅଞ୍ଚଳକୁ ଅବରୋଧ କରି ଯବାନ କମ୍ବିଂ ଅପରେସନକୁ ଜୋର୍ଦାର କରିଛନ୍ତି।
ନକ୍ସଲ-ଯବାନ ଗୁଳି ବିନିମୟ: ସାମଗ୍ରୀ ଜବତ, କ୍ରସ୍ଫାୟରିଂରେ ମହିଳା ଆହତ
/sambad/media/post_attachments/wp-content/uploads/2024/03/sfsfhhfhsfshfshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)