ମୁମ୍ବାଇ: ବଲିଉଡ୍ର ମିଷ୍ଟର୍ ପର୍ଫେକ୍ଟ କୁହାଯାଉଥିବା ଅଭିନେତା ଆମୀର ଖାନଙ୍କ ଫିଲ୍ମ ଲାଲ୍ ସିଂହ ଚଢ଼ା ଅଗଷ୍ଟ ୧୧ରେ ରିଲିଜ ହେବ। ସବୁଥର ଆମୀରଙ୍କ ଫିଲ୍ମକୁ ଦର୍ଶକ ଦେଖିବା ପାଇଁ ଅନାଇ ବସିଥିବା ବେଳେ ଏଥର କିନ୍ତୁ ସେଭଳି କିଛି ଘଟିନାହିଁ। ରିଲିଜ ପୂର୍ବରୁ ‘ବଏକଟ୍ ଲାଲ୍ ସିଂହ ଚଢ଼ା’ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଫିଲ୍ମ ବିରୋଧରେ ଦର୍ଶକଙ୍କ ଏଭଳି ପ୍ରତିକ୍ରିୟା ଦେଖି ଆମୀର ଖାନ ଦୁଃଖ ପ୍ରକାଶ କରିଛନ୍ତି। ଗତ କିଛି ଦିନ ହେଲାଣି ଆମୀର ଲୋକଙ୍କୁ ଫିଲ୍ମକୁ ବଏକଟ ନକରି ଦେଖିବାକୁ ନିବେଦନ କରୁଥିବା ବେଳେ ଅଭିନେତ୍ରୀ କଙ୍ଗନା ରାଣାୱତ ଏକ ବଡ଼ ବୟାନ ଦେଇଛନ୍ତି।
ସେ କହିଛନ୍ତି ଯେ, ଫିଲ୍ମକୁ ନେଇ ଯେଉଁ ସବୁ ବିବାଦ ଦେଖା ଦେଉଛି ବା ବଏକଟ ଟ୍ରେଣ୍ଡ କରୁଛି, ସେ ସବୁ ଜାଣିଶୁଣି କରୁଛନ୍ତି ଆମୀର। ଫିଲ୍ମକୁ ହିଟ କରିବା ପାଇଁ ସେ ଏଭଳି ବାଟ ଆପଣାଇଛନ୍ତି। ଚଳିତ ବର୍ଷ କୌଣସି ବଲିଉଡ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିଲାନି। ସାଉଥ୍ ଫିଲ୍ମକୁ ଦର୍ଶକ ପସନ୍ଦ କଲେ। ଏହାକୁ ଦେଖି ନିଜ ଫିଲ୍ମକୁ ହିଟ କରିବାକୁ ଆମୀରଜୀ ଏଭଳି ବାଟ ଆପଣାଇଛନ୍ତି।
/sambad/media/post_attachments/89073d9afc736300a2a2501639cb217e39a1e96e2ccf0be4bf9891509104417b.jpeg)
ଏହା ପୂର୍ବରୁୁ ଆମୀର କହିଥିଲେ ଯେ, ଫିଲ୍ମକୁ ବଏକଟ କରିବା ପାଇଁ ଆରମ୍ଭ ହୋଇଥିବା ଟ୍ରେଣ୍ଡକୁ ଦେଖି ମୁଁ ଦୁଃଖିତ। ଏହା ସହିତ ମୁଁ ଭାରତକୁ ଭଲପାଏ ନାହିଁ ବୋଲି କିଛି ଲୋକ କହୁଥିବା ଜାଣି ମୋତେ ଆହୁରି ଖରାପ ଲାଗୁଛି। କିନ୍ତୁ ଏହା ସତ୍ୟ ନୁହେଁ। ଦୟାକରି ମୋ ଚଳଚ୍ଚିତ୍ରକୁ ବଏକଟ କରନ୍ତୁ ନାହିଁ। ଦୟାକରି ମୋର ଚଳଚ୍ଚିତ୍ର ଦେଖନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ସ-26.jpg)