ଭୁବନେଶ୍ବର : ସମବାୟ ସଚିବ କ୍ରିଷନ୍ କୁମାରଙ୍କ ହାତରୁ ବିଏମ୍‌ସି ପ୍ରଶାସକ ଓ ବିଡିଏ ଉପାଧ୍ୟକ୍ଷ ଦାୟିତ୍ବ କାଢି ନିଆଯାଇଛି। ତାଙ୍କ ସ୍ଥାନରେ ପୌର ପ୍ରଶାସନର ନିର୍ଦ୍ଦେଶକ ଥିବା ୨୦୦୭ ବ୍ୟାଚ୍ ଆଇଏଏସ ଅଫିସର ସଂଗ୍ରାମଜିତ୍ ନାୟକଙ୍କୁ ଭୁବନେଶ୍ବର ମହାନଗର ନିଗମର ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିଭଳି ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ଥିବା ୧୯୯୩ ବ୍ୟାଚ୍ ଭାରତୀୟ ଜଙ୍ଗଲ ସେବା ଅଧିକାରୀ ପ୍ରେମ କୁମାର ଝାଙ୍କୁ ଭୁବନେଶ୍ବର ଉନ୍ନୟନ ନିଗମ (ବିଡିଏ)ର ଉପାଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି।

Advertisment

ଆଇଏସ ସଂଗ୍ରାମଜିତ୍ ନାୟକଙ୍କ ନୂତନ ନିଯୁକ୍ତି ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଆଇଏଫଏସ ପ୍ରେମ କୁମାର ଝାଙ୍କ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।