ଭୁବନେଶ୍ୱର: ପ୍ରତି ବର୍ଷ ଅନେକ ନୂଆ ପେଆରଙ୍କୁ ପରଦାରେ ଦେଖିବାକୁ ମିଳିଥାଏ। ଏ ବର୍ଷର ପ୍ରଥମ ତିନିମାସରେ ମୋଟ୍‌ ସାତଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି। ଏହି ଫିଲ୍ମ ଗୁଡ଼ିକରେ ଦର୍ଶକ କେତେକ ଅନସ୍କ୍ରିନ୍‌ ପେଆର୍‌ଙ୍କୁ ଦେଖିବାକୁ ପାଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଫିଲ୍ମରେ ନୂଆ ଯୋଡ଼ିଙ୍କୁ ଭେଟିଛନ୍ତି ଦର୍ଶକ।
ଏ ବର୍ଷର ଦ୍ୱିତୀୟ ସିନେମା ‘ହାପି ଲକି’ରେ ଦୁଇଟି ଯୋଡ଼ିଙ୍କୁ ପରଦାରେ ଦେଖିବାକୁ ପାଇଥିଲେ ଦର୍ଶକ। ଏଥିମଧ୍ୟରୁ ଗୋଟିଏ ଯୋଡ଼ି ହେଲେ ସମ୍ବିତ୍‌ -ସସ୍ମିତା ଓ ଅନ୍ୟ ଯୋଡ଼ି ହେଲେ ଜ୍ୟୋତି-ଏଲିନା। ଏମାନଙ୍କ ଭିତରୁ ସସ୍ମିତା ଜଣେ ନବାଗତା।

Advertisment

publive-image

ତୃତୀୟ ସିନେମା ‘ଗୁଡ଼ୁ ଆଣ୍ଡ୍‌ ଗୁଡ଼ି’ରେ ନଜର ଆସିଛନ୍ତି ଆଉ ଏକ ନୂଆ ପେଆର୍‌।ଏହି ଯୋଡ଼ି ହେଲେ ନବାଗତ ସୂର୍ଯ୍ୟକାନ୍ତ ଓ ହିମିକାା।
ଏହାପରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ମନର ମାନସୀ’ରେ ଏକ ସଂପୂର୍ଣ୍ଣ ଫ୍ରେସ୍‌ ଯୋଡ଼ି ପରଦାରେ ଆସିଛନ୍ତି। ଏ ଦୁହେଁ ହେଲେ ନ୍ୟୁକମର୍‌ ବିଭାସ-ସୋନାଲୀ।ଠିକ୍‌ ସେହିପରି ‘ଦୀପୁ ଦ ଡ଼୍ୟାନ୍‌ସ ବୟ୍‌’ରେ ନବାଗତ ମନୋଜ ରାଉତ-ଏଲିସାଙ୍କ ଯୋଡ଼ିଙ୍କୁ ଭେଟିଛନ୍ତି ସିନେପ୍ରେମୀ।

‘ହତ୍ୟା’ରେ ଦର୍ଶକ ଯେଉଁ ନୂଆ ଯୋଡ଼ିକୁ ଭେଟିବାକୁ ପାଇଛନ୍ତି,ସେହି ଯୋଡ଼ି ହେଲା- ଅର୍ପଣ-ଅନେ୍ଵଷା। ଠିକ୍‌ ସେହିପରି ‘ଅଜାତ ଶତ୍ରୁ’ରେ ନଜର ଆସିଛନ୍ତି ସୋହମ୍‌ ସିଂହ ଓ ସାଧଭି ସିଂହଙ୍କ ଏକଦମ୍‌ ନୂଆ ଯୋଡ଼ି। ଏତଦ୍‌ବ୍ୟତୀତ ଏହି ଓଡ଼ିଆ ସିନେମା ସୋହମ୍‌ ସିଂହ ଓ ଦେବଜାନୀଙ୍କ ଯୋଡ଼ି ବି ନଜର ଆସିଥିଲେ।

ଆଶା କରାଯାଉଛି,ଆଗକୁ ଆହୁରି ନୂଆ ଯୋଡ଼ିଙ୍କୁ ଦର୍ଶକ ଦେଖିବାକୁ ପାଇବେ। ଏକଥା ଅବଶ୍ୟ କୁହାଯାଇପାରେ ଏମାନଙ୍କ ଭିତରୁ କୌଣସି ଯୋଡି ହିଟ୍‌ ହୋଇ ନାହିଁ।