ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବାଦପଲ୍ଲୀ ପଞ୍ଚାୟତର ୯ଟି ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା

ଛତ୍ରପୁର : କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି l ଯେଉଁ ଅଂଚଳରେ ସଂକ୍ରମଣ ସଂଖ୍ୟା ଅଧିକ ଦେଖାଦିଏ ସେହି ଅଂଚଳ ପାଇଁ ପ୍ରଶାସନ ପକ୍ଷରୁ ଆହୁରି କଟକଣା କରାଯାଇଥାଏ l ଆଜି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବାଦପଲ୍ଲୀ ପଂଚାୟତରେ ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ପଞ୍ଚାୟତର ୯ ଟି ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି l ଉକ୍ତ ଗ୍ରାମ ଗୁଡିକ ହେଲା ଘୋଡାପଡା, ଶିଆଳିଆପଟା, କୂରିମ୍ପୁର, ଗୁଣ୍ଡରୀପାଲ୍ଲୀ, ବାଦପଲ୍ଲୀ, ସାନଵାଲା, ନୂଆପଲ୍ଲୀ, ଛକସିଙ୍ଗ ଓ ଦେବିଝରା ବୋଲି ଗଞ୍ଜାମ ଜ଼ିଲ୍ଲାପାଳ ଘୋଷଣା କରିଛନ୍ତି l

Sambad English

କରୋନା ମହାମାରୀ ଗଞ୍ଜାମ ଜିଲ୍ଲାରେ କାୟା ବିସ୍ତାର କରିସାରିଲାଣି l ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇପଡିଛି l ଜିଲ୍ଲାବାସୀଙ୍କ ସୁରକ୍ଷା ନିମନ୍ତେ କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରଶାସନ ପକ୍ଷରୁ ଜୋରଦାର ପଦକ୍ଷେପ ନିଆଯାଉଛି l ଏଭଳି ସ୍ଥିତିରେ ଯେଉଁ ଅଂଚଳରେ ସଂକ୍ରମଣ ଦେଖାଦିଏ ସେହି ଅଂଚଳର ବାକି ଲୋକଙ୍କୁ ସୁରକ୍ଷିତ ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର