ଭୁବନେଶ୍ବର: ନବରଂଗପୁର ଜିଲ୍ଲା ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କ ନାଁରେ ଗତକ।ଲି ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳା ଖଣ୍ଡଗିରି ଥାନାରେ ଏତଲା ଦେବାପରେ ଏହି ଘଟଣାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ପିସିସି ସଭାପତି ଟୁଇଟରରେ ଲେଖିଛନ୍ତି, ଝରିଗାଓଁ ବିଜେଡି ବିଧାୟକ ପ୍ରକାଶ ମାଝୀ ଜଣେ ମହିଳାଙ୍କୁ ଶାରୀରିକ ଶୋଷଣ କରି ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଯେତେବେଳେ ମହିଳା ଖଣ୍ଡଗିରି ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ, ପୁଲିସ ଅଭିଯୋଗ କରିବାକୁ ମନା କରିଦେଇଥିଲା। ଏହା ହେଉଛି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନାରୀ ସଶକ୍ତିକରଣର ମଡେଲ୍। ଯେପର୍ଯ୍ୟନ୍ତ, ପୀଡ଼ିତା ନ୍ୟାୟ ନ ପାଇବେ ସେପର୍ଯ୍ୟନ୍ତ କଂଗ୍ରେସ ଚୁପ୍ ବସିବ ନାହିଁ।
Jharigaon BJD MLA Prakash Majhi had physically exploited a woman and threatened to kill her. When the woman went to lodge the complaint at Khandagiri PS in BBSR, the police refused to file the complaint.
This is CM @Naveen_Odisha’s model for “woman empowerment”! Shame! (1/2)
— Niranjan Patnaik (@NPatnaikOdisha) May 5, 2022
ଏଣେ ଏହି ଘଟଣାରେ ବିଜେପି ଅଧିକ ସକ୍ରିୟ ହୋଇଛି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କୁ ଗିରଫ କରିବାକୁ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି। ସେ କହିଛନ୍ତି, ସଂପୃକ୍ତ ମହିଳାଜଣକ ଥାନାରେ ଏତଲା କଲେ ବି ଗ୍ରହଣ କରାଯାଇନି। ଏଣୁ ଉକ୍ତ ଘଟଣାର ବିଧିବଦ୍ଧ ତଦନ୍ତ କରାଯିବା ସହବାଙ୍କୀର ସଂପୃକ୍ତ ମହିଳା ଜଣକ ସୁରକ୍ଷିତ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ କରାଯାଉ।
ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କ ନାଁରେ ଗତକ।ଲି ରାଜଧାନୀ ଭୁବନେଶ୍ୱର ଠାରେ ଜଣେ ମହିଳା ଖଣ୍ଡଗିରି ଥାନାରେ ଏତଲା ଦେବାପରେ ଉମରକୋଟ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ବରେ କର୍ମୀ ଓ ନେତାମାନେ ଦଳୀୟ କାର୍ଯ୍ୟାଳୟରୁ ବାହାରି ବ୍ଲକ୍ କାର୍ଯ୍ୟାଳୟ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଧାୟକ ପ୍ରକାଶ ମାଝୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଏଥି ସହ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କୁ ପୁଲିସ ତୁରନ୍ତ ଗିରଫ କରିବା ସହ ତାଙ୍କୁ ଦଳ ତୁରନ୍ତ ଦଳରୁ ବହିଷ୍କାର କରିବା ପାଇଁ ଦାବି କରିଥିଲା ବିଜେପି। ଉମରକୋଟ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ବରେ କର୍ମୀ ଓ ନେତାମାନେ ଦଳୀୟ କାର୍ଯ୍ୟାଳୟରୁ ବାହାରି ବ୍ଲକ୍ କାର୍ଯ୍ୟାଳୟ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଧାୟକ ପ୍ରକାଶ ମାଝୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଏଥି ସହ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କୁ ପୁଲିସ ତୁରନ୍ତ ଗିରଫ କରିବା ସହ ତାଙ୍କୁ ଦଳ ତୁରନ୍ତ ଦଳରୁ ବହିଷ୍କାର କରିବା ପାଇଁ ଦାବି କରିଥିଲା ବିଜେପି।
ବିଜେପି ଅଭିଯୋଗ କରିଛି ଯେ ପୁଲିସ ଲୋକଙ୍କ କାମ ପାଇଁ ଦେବଗଡ଼ ବିଧାୟକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖକୁ ଯାଇଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଭିଯୋଗ କ୍ରମେ ତାଙ୍କୁ ତୁରନ୍ତ ଗିରଫ କରିଥିବା ବେଳେ ଝରିଗାଁ ବିଧାୟକଙ୍କ ନାଁରେ ଯେତେ ଅଭିଯୋଗ ଥିଲେ ମଧ୍ୟ ତାଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି। ବର୍ତ୍ତମାନ ଯଦି ପୁଲିସ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କୁ ଏହି ମାମଲାରେ ଗିରଫ ନକରେ ତେବେ ବିଜେପି ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ।