ନୂଆଦିଲ୍ଲୀ: ଶଯ୍ୟା ନମିିଳିବାରୁ ପୁଣି ଚାଲିଗଲା ଆଉ ଏକ ଜୀବନ। ଶଯ୍ୟା ଖୋଜୁ ଖୋଜୁ ଉଡ଼ିଗଲା କରୋନା ଆକ୍ରାନ୍ତ ଥିବା ଅବସରପ୍ରାପ୍ତ ବ୍ରିଗେଡିୟରଙ୍କ ପ୍ରାଣବାୟୁ। ଦିଲ୍ଲୀର ଆର୍ମି ହସ୍ପିଟାଲରେ ଶଯ୍ୟା ନମିଳିବାରୁ ତାଙ୍କୁ ଚଣ୍ଡିଗଡ଼ ହସ୍ପିଟାଲକୁ ନିଆଯାଉଥିଲା। ହେଲେ ଚଣ୍ଡିଗଡ଼ରେ ପହଞ୍ଚିବା ପୂର୍ବରୁ ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିବା ଜଣାପଡ଼ିଛି।

Advertisment

Delhi to get 1,000-bed army-manned field hospital next week The Tribune India

ମିଳିଥିବା ସୂଚନା ମୁତାବକ, ବ୍ରିଗେଡିୟର ରଶପାଲ ସିଂହ ପାରମର କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ପରିବାର ଡାକ୍ତରଖାନାରେ ଭର୍ତ୍ତି କରାଇବା ପାଇଁ ଦିଲ୍ଲୀର ସମସ୍ତ ହସ୍ପିଟାଲ ବୁଲିଥିଲେ ମଧ୍ୟ ଶଯ୍ୟା ମିଳିନଥିଲା। ସମସ୍ତ କାଗଜପତ୍ର ଦେଖାଇବା ସତ୍ତ୍ବେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ତାଙ୍କୁ ଶଯ୍ୟା ନମିଳିବାରୁ ତାଙ୍କ ପୁଅ ବ୍ରିଗେଡିୟରଙ୍କୁ ଡିଆରଡିଓ ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ମଧ୍ୟ ଶଯ୍ୟା ନମିଳିବାରୁ ତାଙ୍କ ପୁଅ ଅମ୍ଲଜାନର ବ୍ୟବସ୍ଥା କରି ତାଙ୍କୁ ଚଣ୍ଡିଗଡ଼ ନେବାର ବ୍ୟବସ୍ଥା କରିଥିଲେ। ହେଲେ ଚଣ୍ଡିଗଡ଼ରେ ପହଞ୍ଚିବା ପୂର୍ବରୁ ବ୍ରିଗେଡିୟରଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହା ପ୍ରଥମ ଘଟଣା ନୁହେଁ ଶଯ୍ୟା ଏବଂ ଅମ୍ଲଜାନ ଅଭାବରୁ ଏମଧ୍ୟରେ ଅନେକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ସାରିଲାଣି।