ନୂଆଦିଲ୍ଲୀ: ଭାରତରେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ । ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆମେ ଗୋଷ୍ଠୀ ସଂକ୍ରମଣ ଷ୍ଟେଜକୁ ଯାଇ ନାହେଁ ବୋଲି ଆଜି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ । ସେ କହିଛନ୍ତି ଯେ, ଆଜି ଆମର ଆଲୋଚନା ସମୟରେ ବିଶେଷଜ୍ଞମାନେ କହିଥିଲେ ଯେ, ଭାରତରେ କେହି ମଧ୍ୟ ଗୋଷ୍ଠୀ ସଂକ୍ରମଣ ଶିକାର ହୋଇ ନାହାନ୍ତି। କିଛି କିଛି ସ୍ଥାନରେ ଲୋକେ ସ୍ଥାନୀୟ ସଂକ୍ରମଣର ଶିକାର ହେଉଛନ୍ତି, କିନ୍ତୁ ତାହା ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇଥିବାର ସଙ୍କେତ ଦେଉନାହିଁ ।
During our discussions today, experts again stated that there is no community transmission in India. There may be some localised pockets where transmission is high but as a country, there's no community transmission: Health Min Harsh Vardhan after Group of Ministers meet #COVID19pic.twitter.com/JsETsYfHaV
— ANI (@ANI) July 9, 2020
ସୂଚନା ମୁତାବକ, ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ଦେଶରେ ୨୪ଘଣ୍ଟାରେ ୨୪,୮୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୭ ଜଣଙ୍କର ମୃତ୍ୟୁ ଘଟିଛି। ସମଗ୍ର ଦେଶରେ ଏବେ ୭୬୭୨୯୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୭୬୩୭୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୨୧,୧୨୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହା ସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୯୭୮୯ ରହିଛି ।