ରାଉରକେଲା : ମହାମାରୀ କରୋନା କଟକଣା ମଧ୍ୟରେ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିଛି, ମାତ୍ର ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ବେଦବ୍ୟାସ ଶୈବପୀଠରେ କିନ୍ତୁ ଲାଗୁ ହୋଇଛି ୧୪୪ ଧାରା।  ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ କୋଭିଡ କଟକଣା ମଧ୍ୟରେ କେବଳ କେବଳ ପୂଜାଵିଧି ସମ୍ପନ୍ନ କରିବାକୁ ଟ୍ରଷ୍ଟ ବୋର୍ଡକୁ ନିର୍ଦେଶ ଦେଇଛନ୍ତି। କେବଳ ୧୧ଜଣ ପୂଜକ ପୂଜାର୍ଚ୍ଚନା କରିବେ।

Advertisment

publive-image

ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳିରେ ଫାଟିପଡ଼ୁଥିବା ବେଦବ୍ୟାସ ଶୈବପୀଠ ଆଜି ଖାଁ ଖାଁ। କେବଳ କେଇଜଣ ପୂଜକଙ୍କୁ ନେଇ ପୂଜାର୍ଚ୍ଚନା ହେଉଛି। ବ୍ରାହ୍ମଣୀ, କୋଏଲ ଓ ଶଙ୍ଖ ତିନି ନଦୀର ମିଶ୍ରଣର ତ୍ରିବେଣୀ ସଙ୍ଗମର ପୀଠସ୍ଥଳୀ ହେଇଛି ପ୍ରସିଦ୍ଧ ବେଦବ୍ୟାସ ଶୈବପୀଠ। ପ୍ରତିବର୍ଷ ଏହି ପୀଠରେ ୧୫ ଦିନ ଧରି ଚାଲେ ଜାଗରମେଳା। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡ ଓ ଛତିଶଗଡ଼ ଆଦି ରାଜ୍ୟରୁ ଶହ ଶହ ଶ୍ରଦ୍ଧାଳୁ ଏଠାକୁ ଆସନ୍ତି। ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ସହ ବାବାଙ୍କ ଦର୍ଶନ କରନ୍ତି। ଏଥିସହ ମେଳାର ମଜା ଉଠାନ୍ତି। ମାତ୍ର କରୋନା କଟକଣା ଓ ଜିଲ୍ଲା ପ୍ରଶାସନର ୧୪୪ ଧାରା ଶ୍ରଦ୍ଧାଳୁଙ୍କୁ ନିରାଶ କରିଛି।