ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ସାକ୍ଷାତ୍କାର କିମ୍ବା ସାମ୍ବାଦିକ ସମ୍ମିଳନୀ ନେଇ କୌଣସି ତଥ୍ୟ ପିଏମ୍ଓ ପାଖରେ ନାହିଁ
ନୂଆଦିଲ୍ଲୀ: ସୂଚନା ଅଧିକାର ଆଇନ୍ ବଳରେ ସୂଚନା ପ୍ରାପ୍ତ କରିବା ଏବେ ପ୍ରତି ଭାରତୀୟ ନାଗରିକର ଏକ ସାମ୍ବିଧାନିକ ଅଧିକାର। ଏହି ଆଇନ୍ ବଳରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଞ୍ଚ ବର୍ଷ ଭିତରେ କେତେ ଥର ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଓ ଗଣମାଧ୍ୟମରେ ସାକ୍ଷାତ୍କାର ଦେଇଛନ୍ତି ବୋଲି ଜାଣିବାକୁ ଚାହିଁଥିଲେ । ମୋଦୀ କେତେ ଥର ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଓ ଗଣମାଧ୍ୟମରେ ସାକ୍ଷାତ୍କାର ଦେଇଛନ୍ତି ସେ ତଥ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍ଓ) ନିକଟରେ ନାହିଁ ବୋଲି ପିଏମ୍ଓ ପକ୍ଷରୁୁ ଉତ୍ତର ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପିଏମ୍ଓ ପକ୍ଷରୁ ଉତ୍ତରରେ କୁହାଯାଇଛି କି ‘ପ୍ରଧାନମନ୍ତ୍ରୀଙ୍କର ଗଣମାଧ୍ୟମ ସହ ସାକ୍ଷାତ୍ ଉଭୟ ‘ସ୍ଥିରୀକୃତ’ ଓ ‘ଅଣସ୍ଥିରୀକୃତ’ ହୋଇଥାଏ। ତେବେ ତାହା ରେକର୍ଡ ହୋଇନାହିଁ।’
ପ୍ରଧାନମନ୍ତ୍ରୀ ମୋଦୀ ଅନେକ ସାକ୍ଷାତ୍କାର ଦେଇଛନ୍ତି। ସେ ସବୁ ସାକ୍ଷାତ୍କାର କେଉଁ ସ୍ଥାନରେ ଓ କେବେ ହୋଇଛି ବୋଲି ଆର୍ଟିଆଇରେ ପଚରାଯିବା ସହ କେଉଁ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ସାକ୍ଷାତ୍କାର କରାଯାଇଥିଲା ତାହାର ସୂଚନା ମଗା ଯାଇଥିଲା । ଏହାର ଉତ୍ତରରେ ପିଏମ୍ଓ ପକ୍ଷରୁ ସେ ସଂପର୍କିତ ତଥ୍ୟ ରେକର୍ଡ ହୋଇ ରହିନାହିଁ ବୋଲି କୁହାଯାଇଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଗଣମାଧ୍ୟମରେ ବିଶେଷ ସକ୍ରିୟ ରହୁ ନଥିବା କାରଣରୁ ଓ ମୋଦୀଙ୍କୁ ଗଣମାଧ୍ୟମରେ ସକ୍ରିୟ ରହିବା ହେତୁ ପୂର୍ବରୁ ଅନେକ ଥର ସମାଲୋଚନାର ଶିକାର ହେବାକୁ ପଡ଼ିିଛି। ନିକଟରେ ଜାନୁଆରି ୧୩ ତାରିଖରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ବି ଟ୍ବିଟ୍ କରି ମୋଦୀଙ୍କୁ ସମାଲୋଚନା କରିଥିବାର ଦେଖିବାକୁ ମିଳିଛି।
PM says that CAA is meant to give citizenship, not take it away. Many of us believe that CAA (in conjunction with NPR or NRC) will declare many persons as “non-citizens” and take away citizenship.
— P. Chidambaram (@PChidambaram_IN) January 13, 2020