ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୧୮ ତାରିଖ ଗୁରୁବାରଠାରୁ ପର୍ଯ୍ୟାୟକ୍ରମେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏପର୍ଯ୍ୟନ୍ତ ଓଡ଼ିଶାରେ ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ସମ୍ପୂର୍ଣ୍ଣ ଭାବେ ଘୋଷଣା କରାଯାଇ ନାହିଁ।
ଗୁରୁବାର କଂଗ୍ରେସ ପକ୍ଷରୁ ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହାକୁ ମିଶାଇ କଂଗ୍ରେସ ଏପର୍ଯ୍ୟନ୍ତ ୧୨୮ ଜଣଙ୍କ ପ୍ରାର୍ଥୀଙ୍କ ଘୋଷଣା କରିଛି। ଅପରପକ୍ଷରେ ବିଜେଡି ୧୨୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ ୧୩୧ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।
ଶାସକ ଦଳ ବିଜେଡି ଆହୁରି ୨୧ ଆସନରେ ପ୍ରାର୍ଥୀ ଦେବ। ଏନେଇ ଅଙ୍କକଷା ଚାଲିଛି। ସେହିପରି ବିଜେପି ୧୬ଟି ଆସନରେ ଏବଂ କଂଗ୍ରେସ ୩୧ ଆସନରେ ପ୍ରାର୍ଥୀ ଦେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/1516.jpg)