ମୁକେଶ ଖାନ୍ନାଙ୍କ ସାମ୍ନାରେ ୧୬ ବର୍ଷିଅ ସୋନୁ ନିଗମ ଗାଉଥିବା ପୁରୁଣା ଭିଡିଓ ଭାଇରାଲ୍‌

ମୁମ୍ବାଇ: ଲକ୍‌ଡାଉନ୍‌ ପାଇଁ ଅନେକ କିଛି ଖରାପ ଘଟିଥିଲେ ବି କିଛି ଭଲ ବି ନିଶ୍ଚୟ ଘଟିଛି। ଅଶୀରୁ ନବେ ଦଶକ ମଧ୍ୟରେ ହୋଇ0ଥିବା ଲୋକପ୍ରିୟ ଆଧ୍ୟାତ୍ମିକ ଧାରାବାହିକ ରାମାୟଣ ଓ ମହାଭାରତକୁ ଲୋକେ ପୁଣି ଥରେ ଟିଭି ପରଦାରେ ଦେଖିବାକୁ ପାଇଛନ୍ତି। ରାମାନନ୍ଦ ସାଗର ଓ ବିଆର୍‌ ଚୋପ୍ରାଙ୍କ ନିର୍ଦ୍ଦେଶିତ ଏହି ଦୁଇ ଧାରାବାହିକ ସହ ଅନେକ ପୁରୁଣା ସ୍ମୃତି ମଧ୍ୟ ଜଡ଼ିତ।

ନିକଟରେ ସୋସିଆଲ୍‌ ମିଡିଆରେ ସୋନୁ ନିଗମଙ୍କର ଏକ ପୁରୁଣା ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ସୋନୁ ବିଆର୍‌‌ ଚୋପ୍ରା ଓ ଅଭିନେତା ମୁକେଶ ଖାନ୍ନାଙ୍କ ଉପସ୍ଥିତିରେ ମହାଭାରତର ଟାଇଟେଲ୍‌ ଟ୍ରାକ୍‌ ଗାଉଥିବାର ଦେଖିବାକୁ ମିଳିଛି।

 

୧୯୮୯ ମସିହା ସେପ୍ଟେମ୍ବର ୧୭ ତାରିଖରେ ଏକ ପୁରସ୍କାର ପ୍ରଦାନ ଉତ୍ସବରେ ‌ସୋନୁ ଏହି ଗୀତ ଗାଉଥିଲେ। ସେ ସମୟରେ ତାଙ୍କୁ ୧୬ ବର୍ଷ ବୟସ ହୋଇଥିଲା।

ଏହି ଭିଡିଓଟିକୁ ନିଜେ ସୋନୁ ମଧ୍ୟ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସୋନୁ ଏବେ ତାଙ୍କ ପରିବାର ସହ ଦୁବାଇଠାରେ କ୍ବାରେଣ୍ଟାଇନ୍‌ରେ ଅଛନ୍ତି।

ସମ୍ବନ୍ଧିତ ଖବର