ମୁମ୍ବାଇ: ସାଂପ୍ରତିକ ସମୟର ଆଧୁନିକ ଯୁବକ ଯୁବତୀ ଲିଭ୍ଇନ ରିଲେସନରେ ରହିବା ଗୋଟେ ଅତି ସାଧାରଣ କଥା। ହେଲେ ବି ଦେଶରେ ଅନେକ ସ୍ଥାନରେ ଲିଭଇନ୍ ରିଲେସନ୍କୁ ଭଲ ଦୃଷ୍ଟିରେ ଦେଖାଯାଇ ନଥାଏ। ଆଜିକା ସମୟରେ ବିବାହ କରିବା ପାଇଁ ପ୍ରସ୍ତୁତ ନଥିଲେ ଯୁବକ ଯୁବତୀ ଲିଭ୍ଇନ ରିଲେସନ୍ରେ ରହିବା ପାଇଁ ନିଷ୍ପତ୍ତିି ନେଇଥାନ୍ତି। ଏହା ଦ୍ୱାରା ପ୍ରେମୀଯୁଗଳଙ୍କୁ ପରସ୍ପରକୁ ବୁଝିବା ପାଇଁ ସମୟ ମିଳିଥାଏ। ପରେ ଲିଭ୍ଇନ୍ ରିଲେସନ୍ରେ ରହି ପରସ୍ପରକୁ ବୁଝିବା ପରେ ଯାଇ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥାଆନ୍ତି।
ତେବେ ଏପରି ଅନେକ ବଲିଉଡ୍ କଳାକାର ଅଛନ୍ତି, ଯେଉଁମାନେ ଲିଭ୍ଇନରେ ରହିବା ପରେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇପାରି ନାହାନ୍ତି। ତେବେ ଆସନ୍ତୁ ଜାଣିବା, ସେମିତି କିଛି ବଲିଉଡ୍ କଳାକାରମାନଙ୍କ ସଂପର୍କରେ....
ରଣବୀର କପୁର ଏବଂ କେଟ୍ରିନା କୈଫ୍:
କିଛି ଦିନ ପୂର୍ବରୁ ବି-ଟାଉନ୍ର ଚର୍ଚ୍ଚିତ ଲଭ ଷ୍ଟୋରି ରହିିଥିଲା ରଣବୀର କପୁର ଏବଂ କେଟ୍ରିନା କୈଫଙ୍କୁ ନେଇ। ଦୁହେଁ ବାନ୍ଦ୍ରାର ପାର୍ଶ ଆପାର୍ଟମେଣ୍ଟରେ ଲିଭ୍ଇନ ରିଲେସନ୍ରେ ରହୁଥିଲେ । ଦୀର୍ଘ ପ୍ରାୟ ୫ ବର୍ଷ ଧରି ଲିଭ୍ଇନରେ ରହିବା ପରେ ଏଇ କିଛି ଦିନ ପୂର୍ବରୁ ଦୁହିଁଙ୍କର ବ୍ରେକଅପ୍ ହୋଇ ଯାଇଛି।
/sambad/media/post_attachments/wp-content/uploads/2018/01/in-john-300x178.jpg)
ଜନ୍ ଇବ୍ରାହିମ୍ ଏବଂ ବିପାଶା ବସୁ :
ଜନ୍ ଇବ୍ରାହିମ୍ ଏବଂ ବିପାଶା ବସୁଙ୍କର ଯୋଡ଼ି ବଲିଉଡ଼ର ସବୁଠାରୁ ହିଟ୍ ଯୋଡ଼ି ବୋଲି କୁହାଯାଇଥାଏ। ଦୁହେଁ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ଏକା ସାଙ୍ଗରେ ଲିଭ୍ଇନରେ ରହିଥିଲେ। ତେବେ ଜନ୍ ଇବ୍ରାହିମ୍ ବିପାଶାଙ୍କ ସହ ବ୍ରେକଅପ୍ କରିବା ପରେ ପ୍ରିୟା ରଞ୍ଚାଲଙ୍କୁ ବିବାହ କରିଥିବା ବେଳେ ବିପାଶା ବିବାହ କରିଛନ୍ତି କରଣ ଗ୍ରୋଭରଙ୍କୁ ।
/sambad/media/post_attachments/wp-content/uploads/2018/01/aa-Cover-f5gl3d0i2pog0pg77791pp5167-20170703165320.Medi_-300x168.jpeg)
ସୁଶାନ୍ତ ସିଂ ରାଜପୁତ୍ ଏବଂ ଅଙ୍କିତା ଲୋଖଣ୍ଡେ:
ଟିଭି ଧାରାବାହିକରୁ ଚଳଚ୍ଚିତ୍ର ଦୁନିଆରେ ପାଦ ରଖିଥିବା ସୁଶାନ୍ତ ସିଂ ରାଜପୁତ୍ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡ୍ରେ ଅନେକ ହିଟ ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି। ତେବେ ବଲିଉଡ୍କୁ ଆସିବା ପୂର୍ବରୁ ହିଁ ସେ ଅଙ୍କିତା ଲୋଖଣ୍ଡେଙ୍କ ସହ ଲିଭ୍ଇନରେ ରହୁଥିଲେ। ସେ ଦୁହେଁ ବେଶ ଦୀର୍ଘକାଳ ଧରି ଲିଭଇନରେ ରହିଥିଲେ। ପରେ ଦୁହେଁ ବିବାହ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ। କିନ୍ତୁ କିଛି କାରଣ ପାଇଁ ଦୁହିଁଙ୍କ ସଂପର୍କରେ ବିଚ୍ଛେଦ ହୋଇଥିଲା।
/sambad/media/post_attachments/wp-content/uploads/2018/01/9db104e8a88f1b0090e05b41646c4993-300x199.jpg)
ଲାରା ଦତ୍ତା ଏବଂ କେଲୀ ଡାରଜୀ :
ଲାରା ଦତ୍ତା ଏବଂ କେଲି ଡାରଜୀ ବେଶ୍ ଲମ୍ବା ସମୟ ପାଇଁ ଲିଭ୍ଇନରେ ରହିଥିଲେ। ବହୁଦିନ ଲିଭ୍ଇନରେ ରହିବା ପରେ ଦୁହିଁଙ୍କ ମଧ୍ୟରେ ବ୍ରେକଅପ ହୋଇଯାଇଥିଲା । ପରେ ଲାରା ଭାରତୀୟ ଟେନିସ ଖେଳାଳି ମହେଶ ଭୂପତିିଙ୍କୁ ବିବାହ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/katrina-kaif-jasoos-ranbir-kapoor-promote-jagga_044bad40-660a-11e7-ae46-9bfe7bf72e96.jpg)