କୋଭିସିଲ୍ଡ ଅନୁମୋଦନ ପାଇଁ ଅନୁରୋଧ ଗ୍ରହଣ କରାଯାଇ ନାହିଁ: ୟୁରୋପୀୟ ମେଡିକାଲ ସଂଘ

ନୂଆଦିଲ୍ଲୀ: ନୂଆ ‘ଭ୍ୟାକ୍ସିନ ପାସପୋର୍ଟ ’ ଯୋଜନାରେ କୋଭିସିଲ୍ଡର ଅନୁମୋଦନ ନେଇ ୟୁରୋପୀୟ ମେଡିସିନ୍ ଏଜେନ୍ସି ସେରମ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଅଦାର ପୁନାୱାଲାଙ୍କଠାରୁ କୌଣସି ଅନୁରୋଧ ଗ୍ରହଣ କରି ନାହିଁ ବୋଲି ୟୁରୋପୀୟ ସଂଘ ଆଜି ସ୍ପଷ୍ଟ କରିଛି | କୋଭିଡ-୧୯ ଟିକା କୋଭିସିଲ୍ଡ ନେଇଥିବା ଭାରତୀୟଙ୍କୁ ୟୁରୋପ ପ୍ରବେଶ ଉପରେ କଟକଣା ଲାଗିବା ପରେ ଏହାକୁ ନେଇ ଆଗକୁ ଆସିଥିଲେ କୋଭିସିଲ୍ଡ ଟିକା ନିର୍ମାତା ସେରମ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଅଦାର ପୁନାୱାଲା । ପୁନାୱାଲା ଟ୍ୱିଟ ଯୋଗେ କହିଥିଲେ କି ଏନେଇ ଥିବା ସମସ୍ତ ଅସୁବିଧାକୁ ତୁରନ୍ତ ସମାଧାନ କରାଯିବ ।

ଟୁଇଟ ଯୋଗେ ଏଭଳି ସମସ୍ୟାକୁ ନିୟାମକ ସଂସ୍ଥା ଓ ବୈଦେଶିକ ବିଭାଗ ପାଖରେ ଉଠାଇବେ ଓ ଖୁବଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି ସେ ଭାରତୀୟଙ୍କୁ ଆଶ୍ୱସ୍ଥ କରିଥିଲେ। କିନ୍ତୁ ଏବେ ୟୁରୋପୀୟ ସଂଘ ଏହି ସମସ୍ୟାର ସମାଧାନ ପାଇଁ ଅଦାର ପୁନାୱାଲାଙ୍କଠାରୁ କୌଣସି ଅନୁରୋଧ ଗ୍ରହଣ କରିନଥିବା କହିଛି | ଏହା ସହ ଅନୁରୋଧ ଗ୍ରହଣ କଲେ ଏହା ଉପରେ ବିଚାର କରାଯିବ ବୋଲି କହିଛି ୟୁରୋପୀୟ ସଂଘ |

indiatoday.in

ସୂଚନା ମୁତାବକ, ୟୁରୋପୀୟ ସଂଘ ଏପର୍ଯ୍ୟନ୍ତ ଆଷ୍ଟ୍ରାଜେନିକା ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ଭ୍ୟାକ୍ସଜେବେରିଆ ଟିକାକୁ ମାନ୍ୟତା ଦେଇଛନ୍ତି । ଏହାସହ ୟୁରୋପୀୟ ସଂଘ ବାୟୋଏନଟେକ- ଫାଇଜର, ମଡର୍ଣ୍ଣା ଓ ଜନସନ ଆଣ୍ଡ ଜନସନ ଟିକାକୁ ମାନ୍ୟତା ଦେଇଛି । ମାତ୍ର ୟୁରୋପୀୟ ସଂଘ କୋଭିସିଲ୍ଡକୁ ମାନ୍ୟତା ଦେଇ ନଥିବାରୁ କୋଭିସିଲ୍ଡ ଟିକା ନେଇଥିବା ଭାରତୀୟଙ୍କୁ ୟୁରୋପ ପ୍ରବେଶ ଉପରେ କଟକଣା ଲଗାଇଛି ।

ଅନ୍ୟପଟେ ଜୁଲାଇ ପହିଲାରୁ ୟୁରୋପୀୟ ସଂଘ ନାଗରିକଙ୍କ ଯାତାୟତ ପାଇଁ ଏକ ଡିଜିଟାଲ କୋଭିଡ ସାର୍ଟିଫିକେଟ ଯୋଜନା ପ୍ରସ୍ତୁତ କରିଛି । ଏହି ସାର୍ଟିଫିକେଟ୍ ପ୍ରସ୍ତୁତ କରାଯିବାର କାରଣ ରହିଛି ଯେଉଁମାନେ ଦେଶ ଭିତରକୁ ପ୍ରବେଶ କରିବେ ସେମାନେ ଟିକା ନେଇଥିବା ଜରୁରୀ ନଚେତ କୋଭିଡ ନେଗେଟିଭ୍ ସାର୍ଟିଫିକେଟ ହାସଲ କରିଥିବା ଜରୁରୀ । ୟୁରୋପୀୟ ସଂଘର ଏଭଳି ନିୟମ ପରେ ଯେଉଁ ଭାରତୀୟମାନେ କୋଭିସିଲ୍ଡ ଟିକା ନେଇଥିବେ ସେମାନଙ୍କୁ ୟୁରୋପରେ ପ୍ରବେଶ ଅନୁମତି ମିଳିବ ନାହିଁ |

ସମ୍ବନ୍ଧିତ ଖବର