ଭୁବନେଶ୍ୱର: ଓଡ଼ିଆ ଭାଷା ଭାରି ମଧୁର। ଓଡ଼ିଆ ଲିପି ଭାରି ସୁନ୍ଦର। ସୌନ୍ଦର୍ଯ୍ୟ ସେତେବେଳେ ଅତୁଟ ରହେ ଯେତେବେଳେ ଉଚ୍ଚାରଣ, ବନାନ ସବୁ କିଛି ଠିକ୍ ଠିକ୍ ହୁଏ। ମାତ୍ର ଏମିତି ଅନେକ ଓଡ଼ିଆ ଶବ୍ଦ ଅଛି ଯାହାର ବନାନ ଅଧାରୁ ଅଧିକାଂଶ ଲୋକ ଭୁଲ୍ ଲେଖନ୍ତି। ବହୁଳ ବ୍ୟବହୃତ ଏହି ଶବ୍ଦଗୁଡ଼ିକର ଭୁଲ ବନାନ ପ୍ରାୟ ସମସ୍ତଙ୍କ ମନରେ ଛାପି ହୋଇ ରହି ଯାଇଛି। କେବଳ ସାଧାରଣ ଲୋକ ନୁହନ୍ତି, ଅନେକ ପଢ଼ୁଆ ବି ସେପରି କିଛି ଶବ୍ଦର ବନାନ ଭୁଲ୍ ଲେଖିଥାନ୍ତି। ତେବେ ଚାଲନ୍ତୁ ଜାଣିବା ସେ ସାଧାରଣ ଶବ୍ଦ ସବୁ କ’ଣ।
Sambad is now on WhatsApp
Join and get latest news updates delivered to you via WhatsApp
ଭରସା: ଏହି ଶବ୍ଦଟିର ବନାନ ଅଧିକାଂଶ ଲୋକ ‘ଭରଷା’ ଲେଖନ୍ତି। ମାତ୍ର ଏହାର ଠିକ୍ ବନାନଟି ହେଉଛି ‘ଭରସା’।
ଶାଢ଼ି: ଅଧିକାଂଶ ଲୋକ ଭୁଲବ୍ଶତଃ ଲେଖନ୍ତି ‘ଶାଢ଼ୀ’। ମାତ୍ର ଏହାର ପ୍ରକୃତ ବନାନ ହେଉଛି ‘ଶାଢ଼ି’।
ଶାଶୂ: ଅଧିକାଂଶ ଲୋକ ‘ଶାଶୂ’କୁ ଭୁଲ୍ରେ ‘ଶାଶୁ’ ଲେଖନ୍ତି।
ଦମ୍ପତି: ପିଲାରୁ ନେଇ ବୟସ୍କ ପର୍ଯ୍ୟନ୍ତ ଅନେକ ଲୋକ ‘ଦମ୍ପତି’ର ବନାନ ‘ଦମ୍ପତ୍ତି’ ବୋଲି ଲେଖନ୍ତି, ଯାହାକି ଭୁଲ୍ ଅଟେ।
ନମୁନା: ଅନେକ ପାଥୋଲ୍ୟାବ୍ରୁ ନେଇ ଗଣମାଧ୍ୟମ ସଂସ୍ଥା ପର୍ଯ୍ୟନ୍ତ ‘ନମୂନା’ ଲେଖିଥାନ୍ତିି। ଯଦିଓ ବାସ୍ତବ ବନାନଟି ହେଉଛି ‘ନମୁନା’।
ଆପୋସ: ପ୍ରାୟ ସ୍ଥାନରେ ‘ଆପୋସ’ର ବନାନ ‘ଆପୋଷ’ ଲେଖା ଯାଉଥିବାର ଦେଖିବାକୁ ମିଳେ।
ତ୍ରୁଟି: ‘ତ୍ରୁଟି’ ଅର୍ଥାତ ଭୁଲ୍। ଏହାର ବନାନକୁ ଅନେକ ଲୋକ ଭୁଲ୍କ୍ରମେ ‘ତୃଟି’ ବୋଲି ଲେଖନ୍ତି।
ଆନୁଷଙ୍ଗିକ: ‘ଆନୁଷଙ୍ଗିକ’କୁ ଭୁଲ୍ବଶତଃ ଲୋକେ ‘ଆନୁସଙ୍ଗିକ’ ଲେଖିଥାନ୍ତି।
ସନ୍ନ୍ୟାସ: ‘ସନ୍ନ୍ୟାସ’ ଶବ୍ଦ ଅନେକ ସ୍ଥାନରେ ‘ସନ୍ୟାସ’ ଭାବେ ଲେଖା ଯାଉଥିବାର ଦେଖିବାକୁ ମିଳେ।
ଗଣେଶ: ବହୁତ ଲୋକ ‘ଗଣେଶ’ ଶବ୍ଦକୁ ଭୁଲ୍ ଭାବେ ‘ଗଣେଷ’ ଲେଖିଥାନ୍ତି।
କ୍ରୂର: ‘କ୍ରୂର’ ଶବ୍ଦଟିକୁ ଅଧିକାଂଶ ଲୋକ ‘କ୍ରୁର’ ବୋଲି ଲେଖିଥାନ୍ତି।