କଟକ, ଭୁବନେଶ୍ୱରରେ ଥିବା କୋଭିଡ ହସ୍ପିଟାଲର ଆଇସିୟୁ ଓ ଭେଣ୍ଟିଲେଟର ଯାଞ୍ଚ କରିବେ ସ୍ୱତନ୍ତ୍ର ଟିମ୍

ଭୁବନେଶ୍ବର: ଆଇସିୟୁ ଓ ଭେଣ୍ଟିଲେଟର ଯାଞ୍ଚ କରିବେ ସ୍ୱତନ୍ତ୍ର ଟିମ୍ । କେଉଁ ମେଡିକାଲରେ କେତେ ଆଇସିୟୁ ଓ ଭେଣ୍ଟିଲେଟର ରହିଛି, ସେଠାରେ କେଉଁ ରୋଗୀ ଅଛନ୍ତି। କଟକ, ଭୁବନେଶ୍ୱରରେ ଥିବା କୋଭିଡ ହସ୍ପିଟାଲର ଆଇସିୟୁ ଓ ଭେଣ୍ଟିଲେଟରରେ ସାଧାରଣ ରୋଗୀ ଅଛନ୍ତି ନା ଭିଭିଆଇପି ବେଡ ମାଡି ବସିଛନ୍ତି ତାର ତଦନ୍ତ କରାଯିବ।
ଏହାର ଅନୁଧ୍ୟାନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ୪ଟି ଟିମ୍ ଗଠନ କରିଛି। ଏହି ଟିମରେ ଅଛନ୍ତି ୮ ଜଣ ବରିଷ୍ଠ ଡାକ୍ତର।

କଟକ ପାଇଁ ଗୋଟିଏ ଟିମରେ ୨ ଜଣ ଡାକ୍ତର ଥିବା ବେଳେ ଭୁବନେଶ୍ୱର ପାଇଁ ଗଠନ ହୋଇଛି ୩ ଟିମ୍। ଏଥିରେ ୬ ଜଣ ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଛି। ଗୁରୁତର ରୋଗୀଙ୍କ କୋଭିଡ ହସ୍ପିଟାଲର ବେଡ୍ ମିଳୁଛି ନା ନାହିଁ ତାର ମଧ୍ୟ ଅନୁଧ୍ୟାନ କରିବ ଏହି ଟିମ୍।

 

ସମ୍ବନ୍ଧିତ ଖବର