ବେଙ୍ଗାଲୁରୁରୁ ସାଇକେଲରେ ଓଡ଼ିଶା ଫେରୁଛନ୍ତି ୭ ପ୍ରବାସୀ, ସହାୟତା ଲାଗି ରାଜ୍ୟ ସରକାରଙ୍କୁ ଭିଡ଼ିଓ ମାଧ୍ୟମରେ ନିବେଦନ କଲେ

୧୦ ଦିନ ଭତରେ ଅତିକ୍ରମ କରିଛନ୍ତି ୧ହଜାରରୁ ଅଧିକ କିମି ଅତିକ୍ରମ କରି ବିଶାଖାପାଟନାରେ ପହଞ୍ଚିଛନ୍ତି

ଚାନ୍ଦବାଲି: ବେଙ୍ଗାଲୁରୁରୁ ଓଡ଼ିଶା ରାସ୍ତାର ଦୂରତା ଆଖି ପାଉନାହିଁ , ମାତ୍ର ମନରେ ଦୃଢ଼ ଇଚ୍ଛାଶକ୍ତିକୁ ଆଶାବାନ୍ଧି ସାଇକେଲ ଧରି ଚାଲିଛନ୍ତି ୭ଜଣ ଓଡ଼ିଆ । ପଛକୁ ଚାହିଁଲେ ବଳ ପାଉ ନାହିଁ । ଓଡ଼ିଶାରେ ପହଞ୍ଚିବାକୁ ହେଲେ ମାଇଲ ମାଇଲ ଦୂର ପଥ ଅତିକ୍ରମ କରିବାକୁ ପଡ଼ିବ । ଦୀର୍ଘ ୧୦ ଦିନ ଧରି ସାଇକେଲ ଯୋଗେ ବାହାରିଥିବା ବେଳେଗତକାଲି ଆସି ପହଞ୍ଚିଥିଲେ ବିଶାଖାପାଟନା ନିକଟରେ ।

୧୦ ଦିନ ମଧ୍ୟରେ ୧ହଜାର କିଲୋମିଟର ଅତିକ୍ରମ କରିସାରିଥିବା ବେଳେ ଆହୁରି ୭ଶହ କିମି ବାଟ ଯିବାକୁ ପଡ଼ିବ ବୋଲି ସେମାନେ କହିଛନ୍ତି । ତେବେ ଓଡ଼ିଶା ସ୍ୱତନ୍ତ୍ର ଟ୍ରେନରେ ନିଜ ରାଜ୍ୟକୁ ଫେରିବେ ବୋଲି ଅପେକ୍ଷା କରିଥିବା ବେଳେ ନିଜ ଜନ୍ମମାଟିକୁ ଫେରିବାକୁ ୭ଜଣ ପ୍ରବାସୀ ସାଇକେଲ କିଣି ଆପ୍ରାଣ ଉଦ୍ୟମ କରି ବାହାରିଥିଲେ ଓଡ଼ିଶା ଅଭିମୂଖେ ।
ଅଖିଆ ଅପିଆ ଚାଲିଥିବା ବେଳେ ଅର୍ଥ ସରିଯିବାରୁ ନିଜ ଗ୍ରାମ ଆଳି (କେନ୍ଦ୍ରାପଡ଼ା)ର ଜଣେ ଯୁବକ ଶୁଭାଶିଷ ଷଡ଼ଙ୍ଗୀ ନାମକ ଜଣେ ଯୁବକ ତାଙ୍କୁ ବିଶାଖାପାଟନାରେ ୨ହଜାର ଟଙ୍କା ସହାୟତା କରିଥିଲେ । ଉକ୍ତ ଟଙ୍କାରେ ୭ଜଣ ଯୁବକ ଖାଇଥିବା ଏକ ଭିଡ଼ିଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପଠାଇଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲିର ୨ଜଣ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ୪ଜଣ ଓ ଆଳି ଅଞ୍ଚଳର ଜଣେ ପ୍ରବାସୀ ସାଥୀ ହୋଇ ବାହାରିଥିବା ବେଳେ ଭିଶାଖାପାଟନା ବୋର୍ଡ଼ର ନିକଟରେ ପହଁଚି ସେମାନଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ଏକ ଭିଡ଼ିଓ ମାଧ୍ୟମରେ ନିବେଦନ କରିଛନ୍ତି ।

କାନ୍ଦ କାନ୍ଦ ହୋଇ କେତେ କଷ୍ଟରେ ଆସିବାକୁ ଚେଷ୍ଟା  କରି ବିଫଳ ହେବା ପରେ ସାଇକେଲ ଯୋଗେ ବାହାରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ  ବାଟ ଚାଲିବାକୁ ବଳ ପାଉ ନ ଥିବା ବେଳେ ସେମାନଙ୍କୁ ସେଠାରେ ବହୁ ନିର୍ଯାତନା ଶିକାର ହେବାକୁ ପଡ଼ିଥିବା କହିଛନ୍ତି । ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ସେମାନଙ୍କୁ ସଂକ୍ରମଣ ହୋଇଥାଏ ପାରେ ବୋଲି ସେମାନେ କହିଛନ୍ତି ।

ସମ୍ବନ୍ଧିତ ଖବର